୨୦୨୨, ଅଗଷ୍ଟ ୧୫ରେ ମାତ୍ର ୪୮ କିମି ଦୂରତ୍ୱ ପାଇଁ ବୁଲେଟ ଟ୍ରେନ ଉଦଘାଟନ ହେବ !

ନୂଆଦିଲ୍ଲୀ : ମୁମ୍ବାଇ-ଅହମଦାବାଦ ବୁଲେଟ ଟ୍ରେନ ପ୍ରକଳ୍ପ ଆସନ୍ତା ୨୦୨୨ ଅଗଷ୍ଟ ୧୫ରେ ଉଦଘାଟନ କରିବାକୁ ପ୍ରଧାନମନ୍ତ୍ରୀ ମୋଦି ଲକ୍ଷ୍ୟ ରଖିଛନ୍ତି । କିନ୍ତୁ ଏହି ସମୟସୁଦ୍ଧା ପ୍ରକଳ୍ପଟି ସଂପୂର୍ଣ୍ଣ ହେବା ନେଇ ଆଶଙ୍କା ଦେଖାଦେଇଛି । ଏହାର କାରଣ ହେଉଛି ଜମି ଅଧିଗ୍ରହଣରେ ସମସ୍ୟା । ଏହାକୁ ଦୃଷ୍ଟିରେ ରଖି ୨୦୨୨ ଅଗଷ୍ଟ ୧୫ରେ କେବଳ ସୁରତ ରୁ ବିଲିମୋରା ପର୍ଯ୍ୟନ୍ତ ୪୮ କିଲୋମିଟର ପର୍ଯ୍ୟନ୍ତ ସଂପୂର୍ଣ୍ଣ କରି ଉଦଘାଟନ କରାଯିବ ।
ମୁମ୍ବାଇ-ଅହମଦାବାଦ ବୁଲେଟ୍‌ ଟ୍ରେନ ପ୍ରକଳ୍ପକୁୁ ଜାପାନ ସହାୟତାରେ ନିର୍ମାଣ କରାଯାଉଛି । ଗତ ବର୍ଷ ସେପ୍ଟେମ୍ବର ମାସରେ ମୋଦି ଓ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ମିଳିତଭାବେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଅହମଦାବାଦର ସାବରମତୀ ଷ୍ଟେସନରୁ ବାହାରି ମୁମ୍ବାଇ ପହଞ୍ଚିବାକୁ ବୁଲେଟ ଟ୍ରେନକୁ ମାତ୍ର ୨ ଘଣ୍ଟା ସମୟ ଲାଗିବ । ଅର୍ଥାତ ୫୦୮ କିଲୋମିଟର ଦୂରତ୍ୱ ମାତ୍ର ୨ ଘଣ୍ଟାରେ ଅତିକ୍ରମ କରିବ ଏହି ଟ୍ରେନ । ଏହାର ସର୍ବାଧିକ ଘଣ୍ଟାପ୍ରତି ବେଗ ୩୨୦ କିଲୋମିଟର ରହିବ । ସାବରମତୀ ଷ୍ଟେସନରୁ ମୁମ୍ବାଇ ମଧ୍ୟରେ ୧୨ଟି ଷ୍ଟେସନ ରହିବ । ଦିନକୁ ୭୦ ଥର ଯିବା ଆସିବା କରିବ ଏହି ଟ୍ରେନ ।

ସମ୍ବନ୍ଧିତ ଖବର