ମୁମ୍ବାଇ : ମୁମ୍ବାଇ-ଅହମଦାବାଦ ହାଇସ୍ପିଡ ରେଳ ପ୍ରକଳ୍ପ ବା ବୁଲେଟ ଟ୍ରେନ ପ୍ରକଳ୍ପ ପାଇଁ ହେଉଥିବା ଜମି ଅଧିଗ୍ରହଣ କାର୍ଯ୍ୟକୁ ଚାଲେଞ୍ଜ କରି ବମ୍ବେ ହାଇକୋର୍ଟରେ ଗୋଦରେଜ୍ ଆଣ୍ଡ ବୟେସ୍ କମ୍ପାନି ପକ୍ଷରୁ କରାଯାଇଥିବା ଆବେଦନକୁ ଅଦାଲତ ଖାରଜ କରିଦେଇଛନ୍ତି। ବିଚାରପତି ଆର୍ଡି ଧନୁକା ଏବଂ ବିଚାରପତି ଏମ୍ଏମ୍ ସଥାୟେ ଆଜି ଏହି ରାୟ ଶୁଣାଇଛନ୍ତି। ବମ୍ବେ ହାଇକୋର୍ଟ କହିଛନ୍ତି ଏହା ଏକ ସ୍ବପ୍ନର ପ୍ରକଳ୍ପ ଏବଂ ଦେଶ ପାଇଁ ଏହା ଆବଶ୍ୟକ। କମ୍ପାନିକୁ ପ୍ରଦାନ କରାଯାଇଥିବା କ୍ଷତିପୂରଣରେ କୌଣସି ବେଆଇନ କାର୍ଯ୍ୟ ଦେଖିବାକୁ ମିଳିନାହିଁ। ଆବେଦନକାରୀ ଆମକୁ କୌଣସି ସ୍ବତନ୍ତ୍ର ନ୍ୟାୟିକ କ୍ଷମତା ପ୍ରୟୋଗ ପାଇଁ ଆବଦେନ କରିନାହାନ୍ତି। ତେଣୁ ବ୍ୟକ୍ତିଗତ ସ୍ବାର୍ଥ ନୁହେଁ ସାମୂହିକ ସ୍ବାର୍ଥ ଗୁରୁତ୍ବପୂର୍ଣ୍ଣ ବୋଲି ଅଦାଲତ କହିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp