୨୦୨୩ ନୁହେଁ ୨୦୨୨ରେ  ବୁଲେଟ୍‌ ଟ୍ରେନ କାମ ସାରିବ ଜାପାନି କମ୍ପାନି

ଆସନ୍ତା ଜୁନରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ

ନୂଆଦିଲ୍ଲୀ : ଆସନ୍ତା ଜୁନ ମାସରୁ ବହୁ ଚର୍ଚ୍ଚିତ ମୁମ୍ବାଇ-ଅହମ୍ମଦାବାଦ ବୁଲେଟ ଟ୍ରେନର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଆସନ୍ତା ୨୦୨୨ ଅଗଷ୍ଟ ୧୫ରେ ଏହାର ଉଦଘାଟନ ହେବ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ପୂର୍ବରୁ ୨୦୨୩ ସୁଦ୍ଧା  ଏହାକୁ ଚାଲୁ କରିବାକୁ ଯୋଜନା ଥିଲେ ମଧ୍ୟ ବର୍ଷେ ପୂର୍ବରୁ କାମ ସାରିବାକୁ ଏହାକୁ ନିର୍ମାଣ କରୁଥିବା ଜାପାନୀ ସଂସ୍ଥା ଦୃଢୋକ୍ତି ପ୍ରକାଶ କରିଛି ।  ଖୁବଶୀଘ୍ର ନ୍ୟାସନାଲ ହାଇସ୍ପିଡ଼୍‍ ରେଲେଓ୍ଵ କର୍ପୋରେସନ ଲିମିଟେଡ ପକ୍ଷରୁ ଏଥିପାଇଁ ଜମି ଅଧିଗ୍ରହଣ ଆରମ୍ଭ କରାଯିବ । ଅହମଦାବାଦର ସାବରମତୀ ଷ୍ଟେସନରୁ ବାହାରି ମୁମ୍ବାଇ ପହଞ୍ଚିବାକୁ ବୁଲେଟ ଟ୍ରେନକୁ ମାତ୍ର ୨ ଘଣ୍ଟା ସମୟ ଲାଗିବ । ଅର୍ଥାତ ୫୦୮ କିଲୋମିଟର ଦୂରତ୍ୱ ମାତ୍ର ୨ ଘଣ୍ଟାରେ ଅତିକ୍ରମ କରିବ ଏହି ଟ୍ରେନ ।  ଏହାର ସର୍ବାଧିକ ଘଣ୍ଟାପ୍ରତି ବେଗ ୩୨୦ କିଲୋମିଟର ରହିବ ।  ସାବରମତୀ ଷ୍ଟେସନରୁ ମୁମ୍ବାଇ ମଧ୍ୟରେ ୧୨ଟି ଷ୍ଟେସନ ରହିବ । ଦିନକୁ ୭୦ ଥର ଯିବା ଆସିବା କରିବ ଏହି ଟ୍ରେନ ।

ନରେନ୍ଦ୍ର ମୋଦି ସରକାରଙ୍କ ଏକ ଉଚ୍ଚାଭିଳାଷୀ ଯୋଜନା  ହେଉଛି ଏହି ବୁଲେଟ୍‌ ଟ୍ରେନ ପ୍ରକଳ୍ପ । ଏହାକୁ ଜାପାନ ସହାୟତାରେ ନିର୍ମାଣ କରାଯାଉଛି ।  ଗତ ବର୍ଷ ସେପ୍ଟେମ୍ବର ମାସରେ ମୋଦି ଓ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ମିଳିତଭାବେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।

ସମ୍ବନ୍ଧିତ ଖବର