ନୂଆଦିଲ୍ଲୀ : ଟଙ୍କା ନେଇ ସଂସଦରେ ପ୍ରଶ୍ନପଚାରି ଥିବା ପ୍ରସଙ୍ଗରେ ସଦାଚାର କମିଟି ରିପୋର୍ଟ ଆଧାରରେ ବହିଷ୍କୃତ ହୋଇଥିବା ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ରଙ୍କୁ ଆଉ ଏକ ଝଟ୍କା ଲାଗିଛି। ବହିଷ୍କାର ପରେ ଦିଲ୍ଲୀର ସରକାରୀ ବଙ୍ଗଳା ଛାଡ଼ିବା ପାଇଁ ଦିଆଯାଇଥିବା ନୋଟିସ ବିରୋଧରେ ଦାଏର ଆବେଦନକୁ ଖାରଜ କରି ଭୂସମ୍ପତ୍ତି ନିର୍ଦ୍ଦେଶାଳୟ (ଡାଇରେକ୍ଟର ଅଫ୍ ଇଷ୍ଟେଟ୍)ର ଦ୍ବାରସ୍ଥ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ମହୁଆ ମୈତ୍ରଙ୍କ ବହିଷ୍କାର ପରେ ସାଂସଦ ଭାବେ ତାଙ୍କୁ ଦିଆଯାଇଥବା ସରକାରୀ ବାସଭବନକୁ ଜାନୁଆରି ୭ ସୁଦ୍ଧା ଛାଡ଼ିବାକୁ ଡିସେମ୍ବର ୧୧ରେ ନୋଟିସ୍ ଦିଆଯାଇଥିଲା। ଏହି ନୋଟିସ୍ ବିରୋଧରେ ମହୁଆ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ୨୦୨୪ ନିର୍ବାଚନର ଫଳାଫଳ ଘୋଷଣା ଯାଏଁ ତାଙ୍କୁ ସେହି ବାସଭବନରେ ରହିବାକୁ ଅନୁମତି ଦେବାକୁ ଅନୁରୋଧ କରିଥିଲେ। ଆଜି ଏହି ଆବେଦନର ବିଚାର କରି ହାଇକୋର୍ଟ କହିଛନ୍ତି ଯେ ସରକାର ଆଇନ ଅନୁସାରେ ମହୁଆଙ୍କୁ ଉଚ୍ଛେଦ କରନ୍ତୁ। ଏହା ସହ ଏହି ପ୍ରସଙ୍ଗ ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ଅଧୀନରେ ଥିବା ଭୂସମ୍ପତ୍ତି ନିର୍ଦ୍ଦେଶାଳୟ ଅଧିନରେ ଥିବାରୁ ନିର୍ଦ୍ଦେଶାଳୟର ଦ୍ବାରସ୍ଥ ହେବାକୁ କହିଛନ୍ତି।
ବଙ୍ଗଳା ଖାଲି କରିବା ମାମଲା: ଦିଲ୍ଲୀ ହାଇକୋର୍ଟରୁ ନିରାଶ ହେଲେ ମହୁଆ
/sambad/media/post_attachments/wp-content/uploads/2023/12/04mahua-moitra.jpg)