ନୂଆଦିଲ୍ଲୀ : ରବିବାର ଦିଲ୍ଲୀର ବୁରାଡ଼ିସ୍ଥିତ ସନ୍ଥ ନଗରରେ ଥିବା ଏକ ଘରୁ ୧୧ଜଣଙ୍କର ମୃତଦେହ ଘେର ଭିତରୁ ଜବତ ହୋଇଛି। ୧୧ଜଣଙ୍କ ମଧ୍ୟରୁ ୭ ଜଣ ମହିଳା ଏବଂ ୪ ଜଣ ପୁରୁଷ ଥିଲେ । ଏହି ମୃତ୍ୟୁର ରହସ୍ୟ ଉପରୁ ପୁଲିସ ପରଦା ଉଠାଇବାକୁ ଚେଷ୍ଟା କରୁଥିବା ବେଳେ ଏହି ମାମଲାର ବିଭିନ୍ନ ଦିଗ ଘଟଣାକୁ ଅଧିକ ରହସ୍ୟମୟ କରି ତୋଳିଛି।ତେବେ ପ୍ରାଥମିକ ତଦନ୍ତରୁ ଭାଟିଆ ପରିବାରର ସାନ ପୁଅ ଲଳିତ ଭାଟିଆ ସମସ୍ତ ପରିବାରର ମୃତ୍ୟୁଲେଖ ଲେଖିଥିବା ଘରୁ ଜବତ ହୋଇତିବା ଲଳିତଙ୍କ ହାତଲେଖା ଡାଏରିରୁ ଜଣାପଡ଼ିଛି । ଳଳିତ ଅନ୍ଧବିଶ୍ୱାସରର ବଶବର୍ତ୍ତୀ ହୋଇ ୧୦ ବର୍ଷ ତଳେ ମୃତ୍ୟୁ ବରଣ କରିଥିବା ତାଙ୍କ ବାପାଙ୍କ ନିର୍ଦ୍ଦେଶରେ ମୋକ୍ଷ ପାଇଁ ସମଗ୍ର ପରିବାରକୁ ଆତ୍ମହତ୍ୟା ପାଇଁ ପ୍ରଭାବି ଢ଼ଙ୍ଗରେ ମନେଇ ପାରିଛନ୍ତି ବୋଲି ପୁଲିସ ଅନୁମାନ କରୁଛି।
/sambad/media/post_attachments/wp-content/uploads/2018/07/burari-1-300x185.jpg)
ସୂଚନା ଅନୁସାରେ, ପୁଲିସ ପ୍ରଥମରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଧରି ତଦନ୍ତ ଚଳାଇଛି। ତେବେ ଏହା ପଛରେ ଯେ ଅନ୍ୟ କୌଣସି କାରଣ ନ ଥିବା ତାକୁ ମଧ୍ୟ ପୁଲିସ ଅସ୍ୱୀକାର କରି ନାହିଁ। ଦିନକୁ ଦିନ ଘର ଭିତରୁ ବିଭିନ୍ନ ରହସ୍ୟମୟ ପ୍ରସଙ୍ଗ ପଦାକୁ ଆସୁଛି। ଯେଉଁ ଘରେ ପରିବାରର ୭ ଜଣ ମହିଳା ଓ ୪ ଜଣ ପୁରୁଷଙ୍କ ମୃତଦେହ ମିଳିଛି ସେଠାରେ ପାଣି ନ ଥାଇ ମଧ୍ୟ ୭ଟି ବଙ୍କା ପାଇପ ଓ ୪ଟି ସିଧା ପାଇପ ଘରୁ ବାହାରି ଥିବା ଦେଖିବାକୁ ମିଳିଛି।
ସେହିପରି ପୁଲିସ ଯେଉଁ ଡାଏରୀ ଜବତ କରିଛି ସେଥିରେ ଲଳିତ ନିଜ ହାତରେ ତାଙ୍କ ସ୍ୱର୍ଗବାସୀ ବାପାଙ୍କ ନିର୍ଦ୍ଦେଶ ଲେଖିଛନ୍ତି। ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଳଳିତ ଲେଖିଛନ୍ତି ଯେ ‘ପିତାଜୀ କହିଛନ୍ତି ଯେ ଶେଷ ସମୟରେ ଝଟକା ଲାଗିବ, ଅକାଶ ହଲିବା ପରି ଲାଗିବ, ପୃଥିବା ଥରି ଉଠିବ। ମାତ୍ର ଏଥିରେ ବିଚଳିତ ହେବ ନାହିଁ, ମନ୍ତ୍ର ଜପକୁ ତୀବ୍ର କରିବ। ମୁଁ ତୁମକୁ ବଞ୍ଚାଇ ଦେବି। ଯେତେବେଳେ ପାଣିର ରଙ୍ଗ ବଦଳିବ ସେତେବେଳେ ଓହ୍ଲଇପଡ଼ିବ। ଜଣେ ଅନ୍ୟ ଜଣକୁ ତଳକୁ ଆଣିବାରେ ସାହାଯ୍ୟ କରିବ। ତୁମେ କେହି ମରିବ ନାହିଁ, ବରଂ ଖୁବ୍ ବଡ଼ କିଛି ହାସିଲ କରିବ‘। ସେହିପରିି ଆଉ ଏକ ସ୍ଥାନରେ ‘ମା ସମସ୍ତଙ୍କୁ ରୋଟି ଖୁଆଇବେ’ ବୋଲି ଲଳିତ ଲେଖିଛନ୍ତି। ସେହି ଅନୁଯାୟୀ, ନିକଟସ୍ଥ ଏକ ରେସ୍ତେରାଁରୁ ୨ଶହ ଟଙ୍କା ଦେଇ ୨୦ଟି ରୁଟି କିଣାଯାଇଥିିବା ର ରସିଦ ମଧ୍ୟ ପୁଲିସ ଘରୁ ଜବତ କରିଛି।
/sambad/media/post_attachments/wp-content/uploads/2018/07/burari-300x157.jpg)
ତେବେ ଏହି ଘଟଣାକୁ କେବଳ ଅନ୍ଧବିଶ୍ୱାସଜନିତ ଆତ୍ମହତ୍ୟା କହି ପୁଲିସ ତଦନ୍ତ ଶେଷ କରିବାକୁ ଚାହୁଁ ନାହିଁ। ଏହା ପଛରେ କୌଣସି ତାନ୍ତ୍ରିକର ହାତ ଥିବା ସନ୍ଦେହରେ ପୁଲିସ ତଦନ୍ତ ଆରମ୍ଭ କରି ପରିବାରର ସମସ୍ତ ସଦସ୍ୟଙ୍କ ମୋବାଇଲ ଫୋନ କଲ ଡିଟେଲ୍ସ କୁ ସମୀକ୍ଷା କରୁଛି।ଆଉ ପରିବାର ଲୋକଙ୍କ କଲ ରେକର୍ଡ଼ ଚେକ୍ କରିବା ପରେ ଗୋଟିଲଏ ନମ୍ବର ଉପରେ ପୁଲିସ ର ସନ୍ଦେହ ଦୃଢ଼ିଭୂତ ହୋଇଛି। ଏହି ନମ୍ବର କୌଣସି ବାବା ବା ତାନ୍ତ୍ରିକର ହୋଇଥାଇ ପାରେ ଅନୁମାନ କରରୁଛି ପୁଲିସ। ତେବେ ପରିବାରର ମୃତ ସଦସ୍ୟ ଳଳିତଙ୍କ ଉପରେ ପୁଲିସ ବେଶି ସନ୍ଦେହ କରିବା ଆରମ୍ଭ କରିଛି। ତେଣୁ ଲଳିତଙ୍କ ଜୀବନର ଇତିହାସ ଖୋଜି ତାଙ୍କ ଅନ୍ଧବିଶ୍ୱାସର ପୃଷ୍ଠଭୂମି ଖୋଜୁଛି ପୁଲିସ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/burari-2.jpg)