ବୁରାଡି ଗଣ-ଆତ୍ମହତ୍ୟା ଘଟଣାକୁ ନେଇ ଏହି କିନ୍ନର ଖୋଲିଲେ ସବୁଠାରୁ ବଡ ରହସ୍ୟ

ନୂଆଦିଲ୍ଲୀ: ବୁରାଡ଼ି ଗଣ-ଆତ୍ମହତ୍ୟାର ତଦନ୍ତ ଯେତିକି ଯେତିକି ଆଗକୁ ବଢୁଛିି, ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଜୁଲାଇ ୧ ତାରିଖରେ ଗୋଟିଏ ପରିବାରର ୧୧ ଜଣ ସଦସ୍ୟ ଆତ୍ମହତ୍ୟା କରିବା ଘଟଣାକୁ ଆଜିକୁ ୧୧ଦିନ ପୂରଣ ହୋଇଥିଲେ ହେଁ ଏବେ ବି ଏହା ରହସ୍ୟାବୃତ୍ତ ହୋଇରହିଛି । ପୁଲିସ ଏଯାବତ୍‌ କୌଣସି ସ୍ପଷ୍ଟ ସନ୍ଧାନ ପାଇ ନାହିଁ। ପ୍ରତିଦିନ ଏହି ଘଟଣାକୁ ନେଇ କିଛି ନା କିଛି ନୂଆ କଥା ଶୁଣିବାକୁ ମିଳୁଛି। ତେବେ ମଙ୍ଗଳବାର ଏହି ଘଟଣାକୁ ନେଇ ଜଣେ କିନ୍ନର କିଛି ବୟାନ୍‌ ଦେଇଛନ୍ତି। ଯାହ ଜରିଆରେ ଗଣ-ଆତ୍ମହତ୍ୟାର ତଦନ୍ତରେ ପୁଲିସକୁ ସାହାଯ୍ୟ ମିଳି ପାରିବ ବୋଲି କୁହାଯାଉଛି। ଏହି କିନ୍ନରଙ୍କ ନାମ ଗୁଡ଼ି ଯାଦବ ବୋଲି ଜଣାପଡ଼ିଛି।

କିନ୍ନର ଗୁଡ଼ି ଭାଟିଆ ପରିବାରକୁ ବଞ୍ଚାଇ ନପାରି ଥିବାରୁ ଦୁଃଖ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ କିନ୍ନର ସମଗ୍ର ଅଞ୍ଚଳରେ ପ୍ରସାଦ ବାଣ୍ଟିଛନ୍ତି। ତେବେ ଆସନ୍ତୁ ଜାଣିବା ଏହି କିନ୍ନରଙ୍କ ସହିତ ବୁରାଡି ଗଣ-ଆତ୍ମହତ୍ୟା ସହିତ କ’ଣ ରହିଛି ସମ୍ପର୍କ। ସେ ଏହି ଘଟଣାକୁ ନେଇ କ’ଣ ଜାଣନ୍ତି ?

କିନ୍ନର ସାମଜର ମୁଖିଆ ହେଉଛନ୍ତି ଗୁଡ଼ି ଯାଦବ। ସେ ପ୍ରତ୍ୟେକ କାର୍ଯ୍ୟକ୍ରମରେ ଭାଟିଆ ପରିବାରକୁ ଯାଆନ୍ତି। ଗୁଣିଗାରେଡି ଉପରେ ବିଶ୍ୱାସ ରଖୁଥିବା ଭାଟିଆ ପରିବାରକୁ ଗୁଡ଼ି ପ୍ରସାଦ ଦିଅନ୍ତି। ସେ ପ୍ରତି ମଙ୍ଗଳବାର ମରଘଟ ବାବାଙ୍କ ଆଶ୍ରମକୁ ଯାଇ ପ୍ରସାଦ ନେଇ ଆସନ୍ତି। ଗୁଡ଼ି ଏମିତି ଲଲିତ ଭାଟିଆଙ୍କ ମାଆ ନାରାୟଣି ଦେବିଙ୍କ କହିବାନୁସାରେ କରି ଥାଆନ୍ତି। ଲଲିତର ପିତାଙ୍କ ଦେହାନ୍ତ ପରେ ନାରାୟଣି ଦେବୀଙ୍କୁ ଲାଗେ ଲଲିତ ଶରୀରରେ ତାର ପିତାର ଆତ୍ମ ରହିଛି। ନାରାୟଣି ଦେବୀ ଚାହୁଁଥିଲେ ଲଲିତ ଠିକ୍‌ ହୋଇଯାଉ। ସେଥିପାଇଁ ସେ ଗୁଣିଗାରେଡି କଥା ବି କହିଥିଲେ। ଏଥିସହିତ ପ୍ରିୟଙ୍କାଙ୍କ ବିବାହ ପାଇଁ ନାରାୟଣି ଦେବୀ ଆର୍ଶୀବାଦ ମାଗିବା ପାଇଁ କହିଥିଲେ ଓ ଘରସାରା ଚାଉଳ ବି ବିଞ୍ଜି ଥିଲେ।

ପରିବାରରୁ ମିଳିଥିବା ପ୍ରାପ୍ତ ରେଜିଷ୍ଟରରେ ‘ଭଟକୁଥିବା ଆତ୍ମ’ କଥା ଉଲ୍ଲେଖ ରହିଛି। ଏଥିରେ ଲେଖା ହୋଇଛି ଏହି ପରିବାର ଆଗାମୀ ଦୀପାବଳି ଦେଖି ପାରିବେ ନାହିଁ।

 

ସମ୍ବନ୍ଧିତ ଖବର