ବୁର୍କିନା ଫାସୋ: ପଶ୍ଚିମ ଆଫ୍ରିକୀୟ ରାଷ୍ଟ୍ର ବୁର୍କିନା ଫାସୋରେ ଇସ୍‌ଲାମିକ ଆତଙ୍କବାଦୀମାନେ ୫୦ ଜଣ ମହିଳାଙ୍କୁ ଅପହରଣ କରିନେଇଛନ୍ତି। ଉଗାଡୁଗୁ ଅଞ୍ଚଳରେ କାମ ସନ୍ଧାନରେ ବାହାରିଥିବା ଏହି ମହିଳାମାନଙ୍କୁ ଆତଙ୍କବାଦୀମାନେ ଅପହରଣ କରି ନେଇଛନ୍ତି ବୋଲି ବୁର୍କିନା ଫାସୋ ସରକାର ସୂଚନା ଦେଇଛନ୍ତି। ଇସ୍‌ଲାମିକ ଷ୍ଟେଟ୍‌ ଆତଙ୍କବାଦୀମାନେ ପୂର୍ବରୁ ଏତେ ସଂଖ୍ୟକ ମହିଳାଙ୍କୁ କେବେ ଅପହରଣ କରିନଥିଲେ। ନାଇଜେରିଆରେ ବୋକୋ ହାରାମ ଆତଙ୍କବାଦୀଙ୍କ ଦ୍ୱାରା ବହୁ ସଂଖ୍ୟାରେ ମହିଳାଙ୍କୁ ଅପହରଣ କରାଯିବା ନଜିର ରହିଛି। ବୁର୍କିନା ଫାସୋରେ ଏବେ ଅଲ କାଏଦା ଏବଂ ଇସଲାମିକ୍ ଷ୍ଟେଟ୍ ଆତଙ୍କବାଦୀମାନେ ସକ୍ରିୟ ଅଛନ୍ତି।