ଚେନ୍ନାଇ: କୌଣସି କଳ୍ପିତ ରହସ୍ୟମୟ ଓ ସାଇକୋ ଚଳିଚ୍ଚିତ୍ରର କାହାଣୀ ଠାରୁ ମଧ୍ୟ ଅଧିକ ଲୋମହର୍ଷଣକାରୀ ଘଟଣାକ୍ରମେ ମଦୁରାଇ ନିକଟ କ୍ରୋମପେଟ୍‌ ଠାରେ ଏକ ହତ୍ୟା ଘଟଣା ଘଟିଛି। ଲିଙ୍ଗ ପରିବର୍ତନ କରି ଯୁବତୀରୁ ଯୁବକ ପାଲଟିଥିବା ଜଣେ ତୃତୀୟଲିଙ୍ଗ ନିଜର ବାଲ୍ୟବନ୍ଧବୀଙ୍କୁ ଅତି ଜଘନ୍ୟ ଭାବେ ହତ୍ୟା କରିଛନ୍ତି।

Advertisment

କ୍ରୋମପେଟ୍‌ ପୁଲିସ ଠାରୁ ମିଳିଥିବା ସୂଚନାନୁସାରେ, ମଦୁରାଇର ସଫ୍ଟୱେୟାର୍‌ ଇଂଜିନିୟାର୍‌ କାମ କରୁଥିବା ଆର୍‌ ନନ୍ଦିନୀ ଓ ପି ମାହେଶ୍ବରୀ ଦୁଇଜଣ ବାଲ୍ୟ ବାନ୍ଧବୀ ଅଟନ୍ତି। ନିକଟରେ ମାହେଶ୍ବରୀ ନିଜର ଲିଙ୍ଗ ପରିବର୍ତନ କରି ପୁରୁଷ ହେବା ସହ ନିଜର ନାମ ଭେତ୍ରିମାରାନ ରଖିଥିଲେ। ଘଟଣାଦିନ( ଶନିବାର) ଆର୍‌ ନନ୍ଦିନୀଙ୍କ ଜନ୍ମ ଦିବସ ଥିଲା। ଭେତ୍ରିମାରାନ ତାଙ୍କୁ ଆଶ୍ଚର୍ଯ୍ୟ ଉପହାର (ସରପ୍ରାଇଜ୍‌ ଗିଫ୍‌ଟ) ଦେବା ପାଇଁ ଥାଲାମ୍ବୁର ଥାନା ଅଧୀନ ପୁନାମର ଏକ ନିକାଞ୍ଚନ ସ୍ଥାନକୁ ନେଇଥିଲେ। ସେଠରେ ସେ ନନ୍ଦିନୀଙ୍କୁ ଅନ୍ଧପୁଟୁଳି ବାନ୍ଧିବା ସହ ହାତକୁ ମଧ୍ୟ ବାନ୍ଧି ଦେଇଥିଲେ। ଏହାପରେ ତାଙ୍କ ବେକ ଓ ହାତ କଚିକୁ କାଟି ଦେଇଥିଲେ। ସାଥିରେ ନେଇଥିବା ପେଟ୍ରୋଲ୍‌ ଢାଳି ନିଆଁ ଲଗାଇଦେଇଥିଲେ।

ନନ୍ଦିନୀଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକ ପୁଲିସକୁ ସୂଚନା ‌ଦେଇଥିଲେ। ପୁଲିସ ସେଠାରେ ପହଞ୍ଚି ମୁମୂର୍ଷୁ ଅବସ୍ଥାରେ ନନ୍ଦନୀଙ୍କୁ ଚିକିତ୍ସାଳୟ ନେଇଥିଲେ। ରାସ୍ତାରେ ନନ୍ଦିନୀ ପୁଲିସକୁ ଭେତ୍ରିମାରାନଙ୍କ ଫୋନ୍‌ ନମ୍ବର ଦେଇଥିଲେ। ପୁଲିସ ଏହି ଘଟଣାରେ ଫେରାର୍‌ ଥିବା ଭାତ୍ରିମାରାନଙ୍କୁ ପୁଲିସ ରବିବାର ଗିରଫ କରିଛି। ଗିରଫ କରିବା ପରେ ଭାତ୍ରିମାରାନ ନିଜର ଅପରାଧ ସ୍ବୀକାର କରିଛି । ସେ କହିଛି ଯେ ନନ୍ଦିନୀକୁ ସେ ଭଲ ପାଉଥିଲା। ତା’ପାଇଁ ହିଁ ସେ ନିଜର ଲିଙ୍ଗ ପରିବର୍ତନ କରିଥିଲା। କିନ୍ତୁ ଗତ କିଛି ଦିନ ଧରି ନନ୍ଦିନୀ ଅନ୍ୟ ପୁରୁଷ ବନ୍ଧୁଙ୍କ ସହ ଅନ୍ତରଙ୍ଗ ବଢ଼ାଇଥିଲା ଓ ତା’ ଠାରୁ ଦୂରେଇ ଯାଇଥିଲା। ଏଥିରେ ସେ ଉତ୍‌କ୍ଷୀପ୍ତ ହୋଇ ସେ ଏଭଳି କାଣ୍ଡ କରିଛି।