ବେଜିଂ: ସାଂଘାଇ ଠାରୁ ୧୬୦ନଟିକାଲ୍ ମାଇଲ୍ ଦୂର ଚୀନ୍ର ପୂର୍ବ ଉପକୂଳରେ ଶନିବାର ରାତିରେ ଏକ ଇରାନୀ ତୈଳବାଦୀ ଜାହାଜ ଅନ୍ୟ ଏକ ପରିବହନ ଜାହାଜ ସହ ଧକ୍କା ଖାଇ ଜଳିଯାଇଛି। ଫଳରେ ଜାହାଜରେ ଥିବା ୨ ଜଣ ବାଂଳାଦେଶୀ ଏବଂ ୩୦ ଜଣ ଇରାନୀ ନାବିକ ନିଖୋଜ ହୋଇଯାଇଛନ୍ତି। ଦୁର୍ଘଟଣା ପରେ ଜାହାଜଟି ତ୍ୱରିତ ଜଳିଯିବାରୁ ସମସ୍ତ ନାବିକଙ୍କର ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଥିବା ବେଳେ ସରକାରୀ ଭାବେ କିଛି ସ୍ପଷ୍ଟ ହୋଇନାହିଁ। ଇରାନର ଏହି ଜାହାଜଟି ୧,୩୬,୦୦୦ ଟନ୍ ଓଜନର ତୈଳ ବହନ କରି ଦକ୍ଷିଣ କୋରିଆ ଯାଉଥିବା ବେଳେ ଚୀନ୍ ଉପକୂଳରେ ଥିବା ଚୀନ୍ର ଏକ ପରିବହନ ଜାହାଜ ସହ ଧକ୍କା ଖାଇଥିଲା। ଚୀନ୍ ଜାହାଜଟି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସେଥିରେ ଥିବା ୨୧ ଜଣ ଯାକ ଯାତ୍ରୀଙ୍କୁ ନିରାପଦ ଭାବେ ଉଦ୍ଧାର କରାଯାଇଛି। ତେବେ ଦୁର୍ଘଟଣା ପରେ ଇରାନ ଜାହାଜଟି ସମ୍ପୂର୍ଣ୍ଣ ଜଳିଯାଇଥିଲା। ଫଳରେ ସେଥିରେ ଥିବା ୩୨ ଜଣ ନାବିକଙ୍କ ସମ୍ପର୍କରେ କୌଣସି ଖୋଜଖବର ମିଳିପାରିନାହିଁ।
ଧକ୍କା ଖାଇ ଜଳିଗଲା ଇରାନ ତୈଳ ଜାହାଜ, ୩୨ ମୃତ!
/sambad/media/post_attachments/wp-content/uploads/2018/01/afp_vv940_375778e642f39393a45d148d0e2f29bf.nbcnews-ux-2880-1000.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)