ପୁଞ୍ଚ୍‌ରେ ଖାଇକୁ ବସ୍‌ ଖସି ୧୩ ମୃତ

ଶ୍ରୀନଗର: ଜମ୍ମୁ କଶ୍ମୀରର ପୁଞ୍ଚ୍‌ ଜିଲ୍ଲାରେ ଆଜି ଏକ ଗଭୀର ଖାଇ ମଧ୍ୟକୁ ଗୋଟିଏ ବସ୍‌ ଖସି ପଡ଼ିବା ଫଳରେ ୧୩ ଜଣଙ୍କ ମୃତ୍ୟୁ ହୋଇ ଯାଇଛି ଏବଂ ୧୭ ଜଣ ଆହତ ହୋଇଛନ୍ତି। ୪୨ ଯାତ୍ରୀଙ୍କୁ ଧରି ଯାତ୍ରା କରୁଥିବା ଉକ୍ତ ବସ୍‌ଟି ଆଜି ଲୋରାନ୍‌ରୁ ପୁଞ୍ଚ୍‌ ଅଭିମୁ‌ଖେ ଯାତ୍ରା କରୁଥିବାବେ‌ଳେ ବାଟରେ ଏକ ୧୦୦ ମିଟର ଗଭୀର ଖାଇ ମଧ୍ୟକୁ ଖସି ପଡ଼ିଥିଲା। ଡ୍ରାଇଭର ନିୟନ୍ତ୍ରଣ ହରାଇଦେବାରୁ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ୬ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୭ ଜଣଙ୍କୁ ହସ୍ପିଟାଲ୍‌ ନେବା ବାଟରେ ହିଁ ମୃତ୍ୟୁ ହୋଇ ଯାଇଥିଲା। ଜମ୍ମୁ କଶ୍ମୀର ରାଜ୍ୟପାଳ ସତ୍ୟପାଲ୍‌ ମଲ୍ଲିକ ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର