ଖାଇକୁ ଖସିଲା ବସ୍‌, ୨୩ ଛାତ୍ରଛାତ୍ରୀଙ୍କ ମୃତ୍ୟୁ

କାଠମାଣ୍ଡୁ : ନେପାଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଆଜି ଏକ କଲେଜ୍‌ର ୨ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସ‌ମେତ ୨୩ ଜଣ ଛାତ୍ରଛାତ୍ରୀ ପ୍ରାଣ ହରାଇଛନ୍ତି। ଦୁର୍ଘଟଣାରେ ୧୪ ଜଣ ମଧ୍ୟ ଗୁରୁତର ଆହତ ‌ହୋଇଛନ୍ତି। ଡାଙ୍ଗ୍‌ ଜିଲ୍ଲା ପୁଲିସ ସୂତ୍ରରୁ ଜଣାଯାଇଛି ଯେ ୩୪ ଛାତ୍ରଛାତ୍ରୀ ଏବଂ ୨ ଜଣ ଶିକ୍ଷକ ଗତକାଲି ଏକ ବସ୍‌ ଯୋଗେ ସଲ୍ୟାନ୍‌ ଜିଲ୍ଲାର କାପୁରକୋଟ୍‌କୁ ଏକ ଶିକ୍ଷାଗତ କାର୍ଯ୍ୟକ୍ରମ ପାଇଁ ଯାଇଥିଲେ। ‌ତେବେ ସେଠାରୁ ଫେରିବା ସମୟରେ ବସ୍‌ଟି ରାମ୍ରି ଗ୍ରାମ ନିକଟସ୍ଥ ୭୦୦ ମିଟର ଏକ ଗଭୀର ଖାତକୁ ଖସି ପଡ଼ିଥିଲା। ଫଳରେ ୨୩ ଜଣ ପ୍ରାଣ ହରାଇଛନ୍ତି। ଦୁର୍ଘଟଣାରେ ୫ ମହିଳାଙ୍କ ସମେତ ୧୪ ଜଣ ଆହତ ‌ହୋଇଛନ୍ତି। ଡ୍ରାଇଭର ଜଣକ ଦ୍ରୁତ ଗତିରେ ଗାଡ଼ି ଚଳାଉଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା ଆଶଙ୍କା କରାଯାଉଛି।

ସମ୍ବନ୍ଧିତ ଖବର