ଲାହୋର: ଆଜି ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ଏକ ଯାତ୍ରୀବାହୀ ଗାଡି ଘାଟି ତଳକୁ ଖସିପଡିବାରୁ ୨୨ ଜଣଙ୍କର ମୃତ୍ୟୁ ଘଟିଛି। ଖବର ଅନୁଯାୟୀ, ଗାଡିର ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ଗାଡିଟି ଘାଟି ତଳକୁ ଖସିପଡିଥିଲା | ଖବର ଅନୁଯାୟୀ ଏହି ଦୁର୍ଘଟଣାରେ ଜଣେ ଶିଶୁଙ୍କ ସମେତ ୨୨ ଜଣଙ୍କର ମୃତ୍ୟୁ ଘଟିଛି। ବେଲୁଚିସ୍ତାନର ଡେପୁଟି କମିଶନର ହାଫିଜ ମହମ୍ମଦ କାସିମ କହିଛନ୍ତି ଯେ ଯାତ୍ରୀବାହୀ ବସ୍ ଯୋବରୁ ଲୋରାଲିଆ ଯାଉଥିଲା।
ସେ କହିଛନ୍ତି, 'ଗାଡିଟି ଅଖତରଜାଇ ନିକଟ ଏକ ପାହାଡ ଉପରୁ ଖସିପଡିଥିଲା। ତେବେ ଏହି ଅଞ୍ଚଳ ଅତି ଦୁର୍ଗମ ହୋଇଥିବାରୁ ଉଦ୍ଧାର କାର୍ଯ୍ୟ କଷ୍ଟସାଧ୍ୟ ହେଉଛି | ଏପର୍ଯ୍ୟନ୍ତ ୨୨ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିବାବେଳେ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି।
ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଜରଦାରୀ ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଆହତମାନଙ୍କୁ ଚିକିତ୍ସା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଭବିଷ୍ୟତରେ ଏହିପରି ଦୁର୍ଘଟଣାକୁ ଏଡାଇବା ପାଇଁ ପଦକ୍ଷେପ ନେବାକୁ କହିଛନ୍ତି। ସୂଚନା ଥାଉ କି ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ଦୁର୍ଗମ ରାସ୍ତା ଓ ପାର୍ବତ୍ୟ ଅଞ୍ଚଳ ହେତୁ ପ୍ରତିବର୍ଷ ଶହ ଶହ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାନ୍ତି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/ggggg.png)