ଭାରତ-ନେପାଳ ସୀମାରେ ବସ୍‌ ଦୁର୍ଘଟଣା, ୩୫ ମୃତ

ପାଟନା: ଭାରତ- ନେପାଳ ସୀମାରେ ପ୍ରବାହିତ ତ୍ରିଶୂଳୀ ନଦୀ ଗର୍ଭକୁ ଆଜି ଏକ ଯାତ୍ରୀବାହୀ ବସ୍‌ ଖସିପଡ଼ିବାରୁ ୩୫ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି ଏବଂ ୧୫ ଜଣ ଗୁରୁତର ଆହତ ହୋଇଛନ୍ତି। ସପ୍ତରୀ ଜିଲ୍ଲାରୁ କାଠମାଣ୍ଡୁ ଅଭିମୁଖେ ବସ୍‌ଟି ଯାଉଥିବା ବେଳେ ନିୟନ୍ତ୍ରଣ ହରାଇ ନଦୀଗର୍ଭକୁ ଖସି ପଡ଼ିଥିଲା। ବିହାର ସୀମାରେ ଏହି ଦୁର୍ଘଟଣା ଘଟିଥିବା ବେଳେ ମୃତାହତଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ତୁରନ୍ତ ଉଦ୍ଧାର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ବସ୍‌ ଚାଳକ ଅତି ଦ୍ରୁତ ଗତିରେ ଚଳାଉଥିବା ବେଳେ ଅଚାନକ ନିୟନ୍ତ୍ରଣ ହରାଇବାରୁ ଡିଭାଇଡର ଭାଙ୍ଗି ବସ୍‌ଟି ନଦୀକୁ ଖସିପଡ଼ିଥିଲା।

ସମ୍ବନ୍ଧିତ ଖବର