ମହାରାଷ୍ଟ୍ରର ମାଲେଗାଁଓରେ କୂଅ ଭିତରେ ଗଳିପଡ଼ିଲା ବସ୍‌, ୭ ମୃତ

ନାସିକ : ମହାରାଷ୍ଟ୍ରର ନାସିକରେ ଆଜି ଏକ ବଡ଼ ଧରଣର ବସ ଦୁର୍ଘଟଣା ଘଟିଛି । ନାସିକ ନିକଟସ୍ଥ ମାଲେଗାଁଓରେ ଏକ ଯାତ୍ରୀବାହି ବସ ଏକ ପରିତ୍ୟକ୍ତ କୂଅରେ ଖସିପଡ଼ିବାରୁ ୭ ଜଣ ଯାତ୍ରୀ ମୃତ୍ୟୁବରଣ କରିଥିବା ଜଣାଯାଇଛି । ଏହାସହିତ ପ୍ରାୟ ୨୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣାପଡ଼ିଛି । ଏଣୁ ଆଗକୁ ମୃତ୍ୟୁସଂଖ୍ୟା ବଢିବା ଆଶଙ୍କା କରାଯାଉଛି । ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏହି ଘଟଣାରେ ୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ।

ଖବର ପାଇଁ ଘଟଣାସ୍ଥଳରେ ପୁଲିସ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ ଓ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପୁଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ବସଟି ମଙ୍ଗଳବାରଦିନ ମାଲେଗାଁଓରୁ କାଲଓ୍ଵାକୁ ଯାଉଥିବାବେଳେ ଅପରାହ୍ଣ ୩ଟା ୪୫ ମିନିଟରେ ଏକ ଅଟୋରିକ୍ସା ସହିତ ତାହାର ଧକ୍କା ହୋଇଥିଲା । ଏହାଫଳରେ ଅଟୋରିକ୍ସାଟି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବାବେଳେ ବସଟି ଭାରସାମ୍ୟ ହରାଇ ନିକଟରେ ଥିବା ଏକ ପରିତ୍ୟକ୍ତ କୂଅରେ ଗଳିପଡ଼ିଥିଲା ।

ପ୍ରଶାସନ ଓ ପୁଲିସ ପକ୍ଷରୁ ମିଳିତଭାବ ଉଦ୍ଧାର କାର୍ଯ୍ୟ ଚାଲିଛି । ତେବେ କୂଅ ଭିତରୁ ବସଟିକୁ ଏପର୍ଯ୍ୟନ୍ତ ବାହାର କରାଯାଇପାରିନାହିଁ ।

ସମ୍ବନ୍ଧିତ ଖବର