ନେପାଳରେ ଖାଇକୁ ବସ୍ ଖସି୧୪ ତୀର୍ଥଯାତ୍ରୀ ମୃତ

କାଠମାଣ୍ଡୁ: ନେପାଳର ସିନ୍ଧୁପାଳଚୌକ ଜିଲ୍ଲାରେ ‌ରବିବାର ସକାଳେ ଏକ ବସ୍ ଦୁର୍ଘଟଣାରେ ୧୪ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଯାଇଛି। ବସ୍‌ଟି ଖାଇକୁ ଖସି ପଡ଼ିବାରୁ ଏହି ଦୁର୍ଘଟଣା ହୋଇଛି। ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ୧୪ ଜଣଙ୍କ ମଧ୍ୟରୁ ୬ ଜଣଙ୍କର ପରିଚୟ ମିଳିଥିବା ବେଳେ ଅନ୍ୟମାନଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ। ସକାଳ ୮ଟାରେ ବସ୍‌ଟି କାଲିନଚୌକରୁ ଭକ୍ତପୁର ସହର ଆଡ଼କୁ ଯାଉଥିବା ବେଳେ ବସ୍‌ଟି ରାସ୍ତାରୁ ଖସିଯାଇଥିଲା। ଡୋଲାଖା ଖଡ଼ିଚୌର-ଜିରି ରୋଡ୍ ସେକ୍ସନ ମଧ୍ୟରେ ବସ୍‌ଟି ଏକ ଖାତ ଭିତରକୁ ଗଳି ପଡ଼ିଥିଲା। ଘଟଣାସ୍ଥଳରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ୨ ଜଣଙ୍କର ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର