କାଠମାଣ୍ଡୁ: ଗତକାଲି ସଂଧ୍ୟା (ବୁଧବାର)ରେ ନେପାଳର ଅର୍ଘଖାଞ୍ଚି ଜିଲ୍ଲାର ସନ୍ଧିଖାର୍କରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ଏକ ଯାତ୍ରୀବାହୀ ବସ୍‌ ଭାରସାମ୍ୟ ହରାଇ ପାହାଡ଼ ତଳକୁ ଖସି ପଡ଼ିଥିଲା। ବସ୍‌ରେ ବସିଥିବା ଯାତ୍ରୀଙ୍କ ମଧ୍ୟରୁ ଘଟଣାସ୍ଥଳରୁ ୧୮ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ୧୩ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି।

Advertisment

publive-image www.sabguru.com

ସୂଚନାଯୋଗ୍ୟ, ନେପାଳର ଅର୍ଘଖାଞ୍ଚି ଜିଲ୍ଲାର ସନ୍ଧିଖାର୍କ ନିକଟ ଦେଇ ପାହାଡର ୨୪୦ ମିଟର ଉଚ୍ଚ ଅଣଓସାରିଆ ରାସ୍ତାରେ ବସଟି ଯାଉଥିଲା। ରାସ୍ତାରେ ଯାଉଥିବା ବେଳେ ବସଟି ୟୁଟର୍ଣ୍ଣ ନେବା ବେଳେ ହାଠାତ ଚାଳକ ଭାରସାମ୍ୟ ହରାଇ ଥିଲେ । ଯେତେ ଚେଷ୍ଟା କରିଥିଲେ ମଧ୍ୟ ବସ୍‌କୁ ନିଜ ଆୟତ୍ତକୁ ଆଣି ପାରି ନଥିଲେ।

publive-image The Quint

ଶେଷରେ ବସ୍‌ ସହିତ ସମସ୍ତ ଯାତ୍ରୀ ପାହାଡ ତଳକୁ ଖସି ପଡ଼ିଥିଲେ। ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ଓ ଉଦ୍ଧାରକାରୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଆହତ ଏବଂ ମୃତକଙ୍କୁ ଉଦ୍ଧାର କରିଥିଲେ। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଦୁର୍ଘଟଣାସ୍ଥଳରୁ ୧୮ଜଣ ଯାତ୍ରୀଙ୍କ ମୃତ ଦେହ ଉଦ୍ଧାର ହୋଇପାରିଥିଲା। ସମସ୍ତ ଆହତଙ୍କୁ ବୁଟୱାଲା ହସ୍ପିଟାଲକୁ ଚିକିତ୍ସା ପାଇଁ ପଠା ଯାଇଛି । ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ନେପାଳ ପୁଲିସର ମୁଖପାତ୍ର ନବରାଜ ପୋଖରେଲ ସୂଚନା ଦେଇଛନ୍ତି।