ଖାଇକୁ ବସ୍‌ ଖସି ୯ ମୃତ, ୭୦ ଆହତ

ସୁରଟ : ଗୁଜରାଟର ଦାଙ୍ଗ୍‌ ଜିଲ୍ଲାରେ ଆଜି ଏକ ମର୍ମନ୍ତୁଦ ବସ୍‌ ଦୁର୍ଘଟଣାରେ ୯ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୭୦ ଜଣ ଆହତ ହୋଇଛନ୍ତି। ବସ୍‌ଟି ପାହାଡ଼ିଆ ଅଞ୍ଚଳରେ ନିୟନ୍ତ୍ରଣ ହରାଇ ୨୦୦ ଫୁଟ୍‌ ତ‌ଳକୁ ଖସିପଡ଼ିବାରୁ ଘଟଣାସ୍ଥଳରେ ହିଁ ୯ ଜଣଙ୍କ ମୃତ୍ୟୁ ଘଟିଥିଲା। ଆହତଙ୍କ ମଧ୍ୟରୁ ୨୦ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଏକ କୋଚିଂ ଇନ୍‌ଷ୍ଟିଚ୍ୟୁଟ୍‌ର ୭୫ ଜଣ ଛାତ୍ରଛାତ୍ରୀ ଏବଂ ୧୦ ଜଣ ଶିକ୍ଷକଙ୍କୁ ନେଇ ବସ୍‌ଟି ଦାଙ୍ଗ୍‌ରୁ ଫେରୁଥିଲା। ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ଲୋକେ ମୃତାହତଙ୍କୁ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପରେ ପୁଲିସ ଓ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଉଦ୍ଧାର କାର୍ଯ୍ୟ ହାତକୁ ନେଇଥିଲେ।

ସମ୍ବନ୍ଧିତ ଖବର