ହରିଦ୍ୱାର: ଉତ୍ତରାଖଣ୍ଡରେ ଆଜି ସନ୍ଧ୍ୟାବେଳେ ଏକ ବଡ ଧରଣର ଦୁର୍ଘଟଣା ଘଟିଛି | ଏହି ଦୁର୍ଘଟଣାରେ ୨୨ ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଥିବାବେଳେ ଆଉ କିଛି ଲୋକ ବସ ତଳେ ଚାପି ହୋଇ ରହିଯାଇଥିବାରୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି | ମିଳିଥିବା ସୂଚନା ମୁତାବକ ଆଜି ସନ୍ଧ୍ୟାବେଳେ ଦମତାଠାରୁ ଦୁଇ କିଲୋମିଟର ଦୂରରେ ଜାନକୀଚତି ନିକଟରେ ଏକ ବସ୍ ଘାଟି ତଳକୁ ଖସିପଡିଥିଲା | ବସ୍ରେ ଥିବା ଲୋକମାନେ ମଧ୍ୟପ୍ରଦେଶର ତୀର୍ଥଯାତ୍ରୀ ବୋଲି କୁହାଯାଉଛି।
#WATCH | Uttarakhand: Visuals from the gorge in Uttarkashi district where a bus carrying 28 pilgrims fell down. 22 pilgrims have died & 6 people have been injured. Local administration & SDRF teams engaged in rescue work; NDRF team rushing to spot. pic.twitter.com/g0KDBRdDMe
— ANI UP/Uttarakhand (@ANINewsUP) June 5, 2022
ସୂଚନା ପାଇବା ମାତ୍ରେ ପ୍ରଶାସନ-ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି | କୁହାଯାଉଛି ଯେ ଦୁର୍ଘଟଣା ସମୟରେ ବସରେ ପ୍ରାୟ ୨୭ ରୁ ୨୮ ଜଣ ଯାତ୍ରୀ ଥିଲେ | ପୁଲିସ କହିଛି ଯେ ବସ୍ (ୟୁକେ-୦୪ ୧୫୪୧) ହରିଦ୍ୱାରରୁ ଯମୁନୋତ୍ରୀ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା | ସମସ୍ତ ଯାତ୍ରୀ ମଧ୍ୟପ୍ରଦେଶର ପନ୍ନା ଜିଲ୍ଲାର ବାସିନ୍ଦା ବୋଲି କୁହାଯାଉଛି। ତେବେ ବସଟି କିଭଳି ଦୁର୍ଘଟଣାର ଶିକାର ହେଲା ତାହାର ସଠିକ କାରଣ ଜଣାପଡ଼ିନଥିଲେ ବି ବ୍ରେକ ଫେଲ ଯୋଗୁଁ ବସ ଦୁର୍ଘଟଣା ହୋଇଥିବାର ଆଶଙ୍କା କରାଯାଉଛି | ଏହି ଦୁର୍ଘଟଣାରେ ମୃତକଙ୍କ ପରିବାରବର୍ଗଙ୍କ ପାଇଁ ପ୍ରଧାନମନ୍ତ୍ରୀ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି |