ତୀର୍ଥଯାତ୍ରା ହେଲା ମହାଯାତ୍ରା: ଗୁଜୁରାଟ ଅମ୍ବାଜୀ ମନ୍ଦିରରୁ ଦର୍ଶନ ସାରି ଫେରୁଥିବା ବେଳେ ଓଲଟିଲା ବସ୍‌, ୨୧ ଜଣଙ୍କର ମୃତ୍ୟୁ

ବନାସକାଣ୍ଠା(ଗୁଜୁରାଟ) : ତୀର୍ଥଯାତ୍ରା ହେଲା ମହାଯାତ୍ରା। ଗୁଜୁରାଟର ବନାସକାଣ୍ଠାରେ ମର୍ମନ୍ତୁଦ ବସ୍‌ ଦୁର୍ଘଟଣା ଘଟିଛି । ୩୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଯାଉଥିବା ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହେବାରୁ ଅନେକ ଯାତ୍ରୀ ମୃତାହତ ହୋଇଥିବା ନେଇ ସୂଚନା ମିଳିଛି । ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଏସ୍‌ଜି ଶାହା ଏହି ଦୁର୍ଘଟଣାରେ ପ୍ରଥମେ ୧୮ଜଣ ମୃତ୍ୟୁବରଣ କରିଥିବା ନେଇ ସ୍ପଷ୍ଟ କରିଥିବା ବେଳେ ଏବେ ମୃତ୍ୟୁ ସଂଖ୍ୟା ୨୧କୁ ଛୁଇଁଛି । ଦୁର୍ଘଟଣାର ତୁରନ୍ତ ପରେ ଉଦ୍ଧାରକାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏବେ ବି କିଛି ଲୋକ ବସ୍‌ ତଳେ ଚାପି ହୋଇ ରହିଥିବା ଜଣାପଡ଼ିଛି ।

राहत-बचाव का काम जारी
oneindia.com

ସୂଚନା ମୁତାବକ, ଗୁଜୁରାଟର ବନାସକାଣ୍ଠାରେ ଥିବା ତ୍ରିଶୁଳିଆ ଘାଟ ପାଖରେ ସୋମବାର ସଂନ୍ଧ୍ୟା ୪ଟାରେ ଘରୋଇ ବସ୍‌ଟି ଅମ୍ବାଜୀ ମନ୍ଦିରରୁ ଦର୍ଶନ ସାରି ଫେରୁଥିବା ଯାତ୍ରୀଙ୍କୁ ନେଇ  ଆସୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲା । ବୁଲାଣି ବୁଲୁଥିବା ବେଳେ ଭାରସାମ୍ୟ ହରାଇ ବସଟି ଓଲଟି ଯାଇଥିଲା । ଦୁର୍ଘଟଣା ସମୟରେ ବସ୍‌ରେ ୩୦ରୁ ଅଧିକ ତୀର୍ଥଯାତ୍ରୀ ଥିବା ବେଳେ ୯ ଜଣ ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇ ଦିଆଯାଇଛି ।

ସମ୍ବନ୍ଧିତ ଖବର