ମେକ୍ସିକୋ: ବ୍ରେକ୍‌ ଫେଲ୍‌ ହୋଇ କୋଠାଘରେ ଧକ୍କା ଖାଇଲା ତୀର୍ଥଯାତ୍ରୀ ବସ୍‌; ୧୯ ମୃତ, ୩୨ ଆହତ

ମେକ୍ସିକୋ: କେନ୍ଦ୍ରୀୟ ମେକ୍ସିକୋର ଏକ ଧର୍ମପୀଠକୁ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଗୋଟାଏ ବସ୍‌ ଶୁକ୍ରବାର ଦିନ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୯ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିବା ସହ ୩୨ଜଣ ଆହତ ହୋଇଛନ୍ତି।

ରାଜ୍ୟ ଅଧିକାରୀମାନଙ୍କ କହିବା ଅନୁସାରେ, ବ୍ରେକ୍‌ ଫେଲ୍‌ ହେବାରୁ ବସ୍‌ଟି ଗୋଟାଏ କୋଠାଘରେ ପିଟି ହୋଇଯାଇଥିଲା। ଆହତମାନଙ୍କ ମଧ୍ୟରୁ ୬ଜଣଙ୍କ ଅବସ୍ଥା ଏତେ ଗୁରୁତର ହୋଇପଡ଼ିଲା ଯେ, ସେମାନଙ୍କୁ ବିମାନ ଯୋଗେ ଟୋଲୁକାସ୍ଥିତ ଡାକ୍ତରଖାନାକୁ ନେବାକୁ ପଡ଼ିଲା।

Image Courtesy of Nation World News

ବାକି ଆହତ ଯାତ୍ରୀମାନଙ୍କର ସ୍ବାସ୍ଥ୍ୟାବସ୍ଥା ସଂକ୍ରାନ୍ତରେ ହଠାତ୍ କୌଣସି ସୂଚନା ମଳିନାହିଁ।

ମେକ୍ସିକୋ ସିଟିର ଦକ୍ଷିଣପଶ୍ଚିମରେ ଥିବା ଟାଉନ୍‌ସିପ୍‌ ଜୋକ୍ବିସିଙ୍ଗୋରେ ଦୁର୍ଘଟଣା ଘଟିଥିବା କଥା ରାଜ୍ୟ ସହକାରୀ ଗୃହ ସଚିବ ରିକାର୍ଡୋ ଡି ଲା କ୍ରୁଜ୍‌ କହିଛନ୍ତି।

ବସ୍‌ଟି ପଶ୍ଚିମାଞ୍ଚଳ ରାଜ୍ୟ ମିଚୋଆକାନ୍‌ରୁ ଚାଲ୍‌ମା ଅଭିମୁଖେ ଯାତ୍ରା କରୁଥିଲା। ଶହ ଶହ ବର୍ଷ ଧରି ରୋମାନ୍‌ କ୍ୟାଥୋଲିକ୍‌ ତୀର୍ଥଯାତ୍ରୀମାନେ ଉକ୍ତ ସହରକୁ ଯାଉଛନ୍ତି।

Image Courtesy of India Today

ଡିସେମ୍ବର ୧୨ ତାରିଖରେ ‘ଭର୍ଜିନ୍‌ ଅଫ୍‌ ଗୁଆଡାଲୁପ୍‌ ଦିବସ’ ପଡୁଥିବାରୁ ଅନେକ ମେକ୍ସିକୋବାସୀ ସେଠାକୁ ତୀର୍ଥ କରି ଯାଆନ୍ତି।

ସହରର ଅଣଓସାରିଆ ରାସ୍ତାରେ ଅନେକ ଲୋକ ଚାଲି ଚାଲି କିଂବା ବାଇକ୍‌ରେ ଏବଂ ପୁରୁଣା ବସ୍‌ରେ ଯାତାୟାତ କରୁଥିବାରୁ ସେ ଅଞ୍ଚଳରେ ଦୁର୍ଘଟଣା କିଛି ଅସ୍ବାଭାବିକ ଘଟଣା ନୁହେଁ।

ସମ୍ବନ୍ଧିତ ଖବର