ଜୟପୁର: ହାଇ ଭୋଲଟେଜ୍ ତାର ସଂସ୍ପର୍ଶରେ ଆସି ଜଳିଯାଇଛି ବସ। ଏହା ଫଳରେ ବସ ଭିତରେ ଥିବା ୩ଜଣଙ୍କର ମୃତ୍ୟୁ ଘଟିଛି। ଘଟଣାଟି ଦିଲ୍ଲୀ-ଜୟପୁର ହାଇୱେରେ ଘଟିଥିବା ବେଳେ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ମୁତାବକ, ରାସ୍ତାରେ ତଳକୁ ଖସି ରହିଥିବା ହାଇ ଭୋଲଟେଜ୍ ତାର ସଂସ୍ପର୍ଶରେ ଆସିବା ପରେ ବସରେ ନିଆଁ ଲାଗିଥିଲା। ହଠାତ ଏଭଳି ଘଟିବାରୁ ଲୋକେ ବାହାରକୁ ବାହାରି ପାରିନଥିଲେ, ଯାହା ଫଳରେ ୩ଜଣଙ୍କ ମୃତ୍ୟୁ ଘଟିଥିଲା। ତେବେ ଖବର ମିଳିବା ପରେ ବସ ଭିତରେ ଥିବା ଅନ୍ୟ ଯାତ୍ରୀଙ୍କୁ ଉଦ୍ଧାର କରି ପୁଲିସ ଡାକ୍ତରଖାନା ପଠାଇଛି। ହାଇ ଭୋଲଟେଜ୍ ତାର ସଂସ୍ପର୍ଶରେ ଆସି ବସଟି ସମ୍ପୁର୍ଣ୍ଣ ଜଳିଯାଇଥିବା ଜଣା ପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/t-308.jpg)