ଉତ୍ତରାଖଣ୍ଡ : ଗଭୀର ଖାଇରେ ଖସିପଡ଼ିଲା ୫୦ ଯାତ୍ରୀ ଥିବା ବସ୍

କୋଟଦ୍ବାର : ମଙ୍ଗଳବାର ଦିନ ଉତ୍ତରାଖଣ୍ଡର କୋଟଦ୍ୱାର ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି ।  ପ୍ରାୟ ୫୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବରଯାତ୍ରୀ ବସ୍ ସିମଡି ଗ୍ରାମ ନିକଟରେ ଏକ ଗଭୀର ଖାତରେ ଖସି ପଡିଥିଲା । ମୃତାହତଙ୍କ ସଂଖ୍ୟା ଏପର୍ଯ୍ୟନ୍ତ ମିଳିପାରିନାହିଁ ।

ଖବର ଅନୁଯାୟୀ, ଏହି ବରଯାତ୍ରୀ ବସଟି ହରିଦ୍ବାର ଜିଲ୍ଲାର ଲାଲଢାଙ୍ଗରୁ ପୌରି ଜିଲ୍ଲାର ବୀରଖାଲକୁ ଯାଉଥିଲା । ଏହି ବସ ଧୁମାକୋଟ ପୋଲିସ ଷ୍ଟେସନ ଅଞ୍ଚଳର ରିଖନିଖଲ ବିରୋନଖାଲ ମୋଟର ରୋଡରେ ଥିବା ସିମଡି ଗ୍ରାମ ନିକଟରେ ଖସି ପଡିଥିଲା।

ଘଟଣା ଖବର ପାଇବା ପରେ ଧୁମାକୋଟ ପୋଲିସ ଷ୍ଟେସନର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହି ମର୍ମନ୍ତୁଦ ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ରାଜ୍ୟ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ରରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଥିଲେ  ।

ମୁଖ୍ୟମନ୍ତ୍ରୀ କହିଛନ୍ତି “ରାଜ୍ୟ ବିପର୍ଯ୍ୟୟ ମୁକାବିଲା ବଳ (ଏସଡିଆରଏଫ) ଦଳ ଦୁର୍ଘଟଣାସ୍ଥଳକୁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବଳର ଯବାନମାନଙ୍କୁ ଉଦ୍ଧାର ପାଇଁ ପଠାଯାଇଛି ।  ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ଗ୍ରାମବାସୀ ସାହାଯ୍ୟ କରୁଛନ୍ତି।”

ଗତ ଜୁନ ମାସରେ ବି ଉତ୍ତରାଖଣ୍ଡରେ ଏକ ସମାନ ପ୍ରକାରର ସଡ଼କ ଦୁର୍ଘଟଣା ହୋଇଥିଲା । ଏକ ବସ ଏକ ଗଭୀର ଖାଇରେ ଖସିପଡ଼ିବାରୁ ୨୫ ଜଣ ଲୋକ ପ୍ରାଣ ହରାଇଥିଲେ ।

ସମ୍ବନ୍ଧିତ ଖବର