ଜୈସଲମେର: ରାଜସ୍ଥାନର ଜୈସଲମେରରୁ ଏକ ଦୁଃଖଦ ଖବର ଆସିଛି। ଯୋଧପୁର ଯାଉଥିବା ଏକ ଘରୋଇ ବସରେ ହଠାତ୍ ନିଆଁ ଲାଗିଯିବାରୁ ୧୨ ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଏହି ଘଟଣାରେ ୧୫ ଜଣ ଆହତ ହୋଇଛନ୍ତି ।

Advertisment

ସହରରେ ଥିବା ଯୁଦ୍ଧ ସଂଗ୍ରହାଳୟ ନିକଟରେ ଏହି ଦୁର୍ଘଟଣା ଘଟିଛି। ନିଆଁ ଲାଗିବାର ଅଳ୍ପ କିଛି ସମୟ ମଧ୍ୟରେ ବସଟି ସମ୍ପୂର୍ଣ୍ଣ ଜଳିଯାଇଥିଲା। ସୂଚନା ପାଇବା ପରେ ପୁଲିସ, ପ୍ରଶାସନ ଏବଂ ସେନା କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଲେ।

ସହରରେ ଥିବା ଯୁଦ୍ଧ ସଂଗ୍ରହାଳୟ ନିକଟରେ ଏହି ଦୁର୍ଘଟଣା ଘଟିଛି। ନିଆଁ ଲାଗିବାର ଅଳ୍ପ କିଛି ସମୟ ମଧ୍ୟରେ ବସଟି ସମ୍ପୂର୍ଣ୍ଣ ଜଳିଯାଇଥିଲା। ସୂଚନା ପାଇବା ପରେ ପୁଲିସ, ପ୍ରଶାସନ ଏବଂ ସେନା କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଲେ।

ଅଗ୍ନିଶମ ବାହିନୀ ସହାୟତାରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା। ସେନା ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀମାନଙ୍କୁ ବାହାର କରିବାରେ ସାହାଯ୍ୟ କରିଥିଲା। ଆହତ ଯାତ୍ରୀମାନଙ୍କୁ ତିନୋଟି ଆମ୍ବୁଲାନ୍ସରେ ଜବାହାର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା, ଯେଉଁଠାରେ ସେମାନଙ୍କର ଚିକିତ୍ସା କରାଯାଉଛି। ଏପର୍ଯ୍ୟନ୍ତ ୧୫ ଜଣ ଆହତଙ୍କୁ ଭର୍ତ୍ତି କରାଯାଇଛି, ସେମାନଙ୍କ ମଧ୍ୟରୁ ୯ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଯୋଧପୁର ରେଫର କରାଯାଇଛି। 

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଏହି ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ସେ ଖୁବଶୀଘ୍ର ଘଟଣାସ୍ଥଳରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ବିରୋଧୀ ଦଳ ନେତା ଟୀକରାମ ଜୁଲି ସରକାରଙ୍କୁ ସମାଲୋଚନା କରିଛନ୍ତି ।