୧୫ମିନିଟ ଧରି ଆଖି ସାମ୍ନାରେ ଜଣକ ପରେ ଜଣକଙ୍କ ମୃତ୍ୟୁ ଦେଖିଛି

ଶ୍ରୀନଗର: ଗତକାଲି ଶିବଖୋରି ଶୈବପୀଠ ଦର୍ଶନ ସାରି ମାତା ବୈଷ୍ଣୋଦେବୀ ମନ୍ଦିର ଯାଉଥିବା ଏକ ତୀର୍ଥଯାତ୍ରୀ ବସ୍ ଉପରକୁ ତେରୟାଥ ଗାଁ ନିକଟରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଆକ୍ରମଣରେ ବସ୍ ଚାଳକ, କଣ୍ଡକ୍ଟର ସମେତ ୧୦ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୩ଜଣ ଆହତ ହୋଇଥିଲେ। ଏହି ଘଟଣାରେ ପାକିସ୍ତାନ ଆତଙ୍କବାଦୀ ସଂଗଠନ ଲସ୍କର ଏ ତାଏବା (ଏଲ୍ଇଟି)ର ସହଯୋଗୀ ସଂଗଠନ ନିଜକୁ ଦାୟୀ କରିଛି।

ଆତଙ୍କବାଦୀ ଆକ୍ରମଣ ସମୟରେ ତୀର୍ଥଯାତ୍ରୀ ଭର୍ତ୍ତି ଥିବା ବସରେ ଗୋଣ୍ଡାର ଜଣେ ଯୁବତୀ ମଧ୍ୟ ଉପସ୍ଥିତ ଥିଲେ। ଉକ୍ତ ଯାତ୍ରୀ ଜଣକ ନିଜ ନାମ ନକହି ଭୟାବହ ଅନୁଭୂତି ବଖାଣି କହିଛନ୍ତି, ‘ ଯେପର୍ଯ୍ୟନ୍ତ ଗୁଳି ବସ ଚାଳକଙ୍କ ଶରୀରରେ ବାଜି ନଥିଲା ସେପର୍ଯ୍ୟନ୍ତ ଆତଙ୍କବାଦୀମାନେ ଆଖିବୁଜା ଗୁଳି କରି ଚାଲିଥିଲେ। ସେମାନଙ୍କ ଗୁଳିରେ ମୋ ଆଖି ସାମ୍ନାରେ ଜଣକ ପରେ ଜଣେ ଏପରି ଭାବେ ୧୦ଜଣ ଟଳି ପଡ଼ିଥିଲେ। କେବଳ ଏତିକି ନୁହେଁ ଦେଖୁଦେଖୁ ବସ ପାହାଡ଼ ତଳକୁ ଖସି ପଡ଼ିଥିଲା। ଏହି ସମୟରେ ମୁଁ ଭାବିଲି ସରିଗଲା ମୋ ଜୀବନ…
କିଛି ସମୟ ପରେ ଜୋର ଶବ୍ଦ ହୋଇଥିଲା। ଗୁଳି ଶବ୍ଦ ଥମି ଯାଇଥିଲା.. ଦେଖିଲା ବେଳକୁ ବସ ପାହଡ଼ ତଳକୁ ଖସିପଡ଼ିଥିଲା। ମୁଁ ବଞ୍ଚି ଯାଇଥିବା ଜାଣିବାକୁ ପାଇଲି। ତଥାପି ଭୟରେ ମୋର ସମ୍ପୂର୍ଣ୍ଣ ଶରୀର ଧରି ଉଠୁଥିଲା। ଆଜି ବି ସେ ସମୟ କଥା ମନେ ପଡ଼ିଲେ ଛାତି ଥରି ଯାଉଛି। ଭୋକ ଓ ଶୋଷ କିଛି ଲାଗୁନାହିଁ।’

ସମ୍ବନ୍ଧିତ ଖବର