ବସରେ ଖଣ୍ଡେ ସିଟ ପାଇଁ ଛୁଆକୁ ଝରକାରେ ଗଳେଇଦେଲେ ଯାତ୍ରୀ

ଆଗ୍ରା: ଭାଇଦୁଜ ପାଇଁ ଉତ୍ତର ଭାରତରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା | ତେବେ ଏହି ଅବସରରେ ଏଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି ଯାହାକି ଆପଣଙ୍କୁ ମଧ୍ୟ ଭାବିବାକୁ ବାଧ୍ୟ କରିବ | ଉତ୍ତରପ୍ରଦେଶ ବିଜନୋର ଜିଲ୍ଲାରେ ବସରେ ଯିବା ପାଇଁ ଯାତ୍ରୀଙ୍କ ମଧ୍ୟରେ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଥିଲା | ବସରେ ଖଣ୍ଡେ ସିଟ ପାଇବା ପାଇଁ ଜଣେ ଯାତ୍ରୀ ନିଜ ଛୁଆର ଜୀବନକୁ ବିପଦକୁ ଠେଲିଦେଇଥିଲେ |

Photo-Navbharattimes

ମିଳିଥିବା ସୂଚନା ମୁତାବକ ଭାଇଦୁଜ ପାଇଁ ବିଜନୋରର ବସଷ୍ଟପରେ ବହୁ ସଂଖ୍ୟାରେ ଯାତ୍ରୀ ରୁଣ୍ଡ ହୋଇଥିଲେ | ଏହି ସମୟରେ ବସ ଆସିବା ମାତ୍ରେ ଜଣେ ଯାତ୍ରୀ ଭିଡକୁ ଦେଖି ସିଟ ଖଣ୍ଡେ ପାଇବା ପାଇଁ ନିଜ ଛୁଆକୁ ବସର ଝରକା ବାଟେ ବସ ଭିତରକୁ ଗଳେଇଥିଲେ |

କିନ୍ତୁ ଝରକା ବାଟେ ଶିଶୁଟିର ଶରୀର ପଶିଯାଇଥିବାବେଳେ ମୁଣ୍ଡ ଅଟକି ଯାଇଥିଲା | ପରେ ଅନ୍ୟ ଯାତ୍ରୀମାନେ ଶିଶୁଟିକୁ ଉଦ୍ଧାର କରିଥିଲେ | ବର୍ତ୍ତମାନ ଶିଶୁଟି ସୁସ୍ଥ ଥିବାବେଳେ ଆଉ କିଛି ସମୟ ଫସିରହିଥିଲେ ପିଲାଟି ଶ୍ବାସରୁଦ୍ଧ ହୋଇଯାଇଥାନ୍ତା ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି |

ସମ୍ବନ୍ଧିତ ଖବର