କର୍ଣ୍ଣାଟକ: କର୍ଣ୍ଣାଟକ ମାଇସୁରର ଶ୍ରୀରାମପୁରରେ ଏକ ଲୋମଟାଙ୍କୁରା ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି। ମୃତ ବୃଦ୍ଧଙ୍କ ନାମ ପୁରୁଷୋତ୍ତମାୟ ବୟସ ୭୧ବର୍ଷ ବୋଲି ଚିହ୍ନଟ କରାଯାଇଛି।
ସୂଚନାଯୋଗ୍ୟ, ପୁରୁଷୋତ୍ତମାୟ ସ୍କୁଟର ଧରି ରାସ୍ତାରେ ଯାଉଥିବା ବେଳେ ଏକ ବୁଲାଣି ପଡ଼ିଥିଲା। ବୃଦ୍ଧ ଜଣକ ଉକ୍ତ ବୁଲାଣି ବୁଲୁଥିବା ବେଳେ ତାଙ୍କ ଡାହାଣପାର୍ଶ୍ବରୁ କର୍ଣ୍ଣାଟକ ରାଜ୍ୟ ସଡ଼କ ପରିବହନ ନିଗମ (କେଏସ୍ଆରଟିସି)ର ଏକ ବସ ଆସି ଧକ୍କା ଦେଇଥିଲା। ବୃଦ୍ଧ ଜଣକ ତଳେ ପଡ଼ିଯିବା ପରେ ବସ ତାଙ୍କ ମୁଣ୍ଡ ଉପରେ ଚଢ଼ି ଚାଲିଯାଇଥିଲା। ଏହି ଦୁର୍ଘଟଣାରେ ପୁରୁଷୋତ୍ତମାୟଙ୍କ ଘଟଣାସ୍ଥଳରେ ହିଁ ପ୍ରାଣାବାୟୁ ଉଡ଼ିଯାଇଥିଲା।
ଘଟଣା ପରେ ସ୍ଥାନୀୟ ଲୋକମାନେ ତୁରନ୍ତ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଶ୍ରୀରାମପୁର ପୁଲିସ ଏହି ଦୁର୍ଘଟଣାର ନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/07/25/new-project-31-2025-07-25-17-18-07.jpg)