କଟକ: ଓଡ଼ିଶା ଏବଂ ବିହାର ସରକାରର ପରିବହନ ବିଭାଗ ପ୍ରାୟ ୨୧୮୬୭ କିଲୋମିଟର ଅତିକ୍ରମ କରୁଥିବା ୩୩ଟି ରୁଟରେ ବସ ଚଳାଚଳର ଚୁକ୍ତିକୁ ନବୀକରଣ କରିଛନ୍ତି। ଝାରଖଣ୍ଡ ଦେଇ ୩୩ଟି ରୁଟରେ ଏସବୁ ବସ୍ ଚଳାଚଳ କରିବ। ଏହି ନୂତନ ଚୁକ୍ତି ଫଳରେ ବିହାରର ପାଟନା, ସରିଫ, ପ୍ରେଓଗର, ଗୟା, ଔରଙ୍ଗାବାଦ, ଦରଭଙ୍ଗା, ରାଜଗିର, ଭାଗଲପୁର, ବକ୍ସର୍, ସିୱାନ୍, ଆରା, ହାଜିପୁର, ଚାପରା ନୱାଡା ଏବଂ ଓଡ଼ିଶାର ଭୁବନେଶ୍ୱର, କଟକ, ବାରିପଦା, ବାଲେଶ୍ବର, ରାଉରକେଲା, ସମ୍ବଲପୁର ଓ ସୁନ୍ଦରଗଡ଼ ଆଦି ସ୍ଥାନର ଲୋକେ ଅଧିକ ଲାଭବାନ ହେବେ। ଆଗରୁ ୧୫ଟି ରୁଟରେ ୯୨୭୬ କିଲୋମିଟର ଅତିକ୍ରମ କରି ବସ ଚଳାଚଳ ହେଉଥିଲା।
ଏନେଇ ରାଜ୍ୟ ପରିବହନ ପ୍ରାଧିକରଣର ସଚିବ ବ୍ରଜବନ୍ଧୁ ଭୋଳ କହିଛନ୍ତି, ନୂତନ ଚୁକ୍ତିନାମା ଅନୁଯାୟୀ ଓଡ଼ିଶା ବସ୍ ବିହାରରେ ୧୭୬୧୧ କିଲୋମିଟର ଅତିକ୍ରମ କରିବ ଏବଂ ବିହାର ବସ୍ ଓଡ଼ିଶାରେ ୮୭୮୪ କିଲୋମିଟର ଅତିକ୍ରମ କରିବ। ଏହିବସ୍ ଗୁଡ଼ିକ ଝାରଖଣ୍ଡ ଦେଇ ରାଜ୍ୟରେ ୮୦୩୨ କିଲୋମିଟର ଦୂରତା ଅତିକ୍ରମ କରିବ। ରାଜ୍ୟରେ ସଡ଼କ ପରିବହନକୁ ସୁଗମ କରିବା ଦିଗରେ ଏହା ଏକ ବଡ଼ ପଦକ୍ଷେପ। ବିହାର ଏବଂ ଓଡ଼ିଶାର ପରିବହନ ବିଭାଗ ମଧ୍ୟରେ ହୋଇଥିବା ଏହି ଚୁକ୍ତିନାମା ସାଂସ୍କୃତିକ ମୂଳଦୁଆକୁ ଆହୁରି ମଜଭୁତ କରିବାରେ ମଧ୍ୟ ସହାୟକ ହେବ। ବିହାର ସହିତ ଏହି ନୂତନ ଅନ୍ତଃ-ରାଜ୍ୟ ଚୁକ୍ତି ନାମା ମଧ୍ୟ ନୂତନ ଅନ୍ତଃ-ରାଜ୍ୟ ବସ୍ ଅନୁମତି ପାଇଁ ବି ଦ୍ବାର ଖୋଲିବ।
ଶ୍ରୀ ଭୋଳଳ ଆହୁରିସୂଚନା ଦେଇଛନ୍ତି ଯେ ଉଭୟ ରାଜ୍ୟରେ ୧୦୦ଟି ପରମିଟ୍ ରୁଟ ଖୋଲାଯିବ। ପଶ୍ଚିମବଙ୍ଗ, ଛତିଶଗଡ଼, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଏବଂ ତେଲଲେଙ୍ଗାନା ସହ ମଧ୍ୟ ଏହିଭଳି ଚୁକ୍ତିନାମା ପାଇଁ ବି ଆଲୋଚନା ଜାରି ରହିଛି।
ଝାରଖଣ୍ଡ ଦେଇ ଓଡ଼ିଶା ଏବଂ ବିହାର ମଧ୍ୟରେ ୩୩ଟି ରୁଟରେ ଚଳାଚଳ କରିବ ବସ୍
/sambad/media/post_attachments/wp-content/uploads/2022/11/5cd5331b-1fdc-44b2-af88-94be33af5746.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)