ପାକିସ୍ତାନରେ ବସ୍‌-ଟ୍ରେନ୍‌ ଦୁର୍ଘଟଣା, ୨୯ ମୃତ

ଲାହୋର: ପାକିସ୍ତାନର ପଂଜାବ ପ୍ରଦେଶରେ ମିନି ବସ୍‌- ଟ୍ରେନ୍‌ ଦୁର୍ଘଟଣା ହୋଇ ୨୯ ଜଣଙ୍କ ମୃତ୍ୟୁ ହୋଇଛି। ଏମାନଙ୍କ ମଧ୍ୟରେ ଅଧିକାଂଶ ଶିଖ୍‌ ତୀର୍ଥଯାତ୍ରୀ ଅଛନ୍ତି। କରାଚିରୁ ଲାହୋରରୁ ଆସୁଥିବା ଶାହ ହୁସେନ୍‌ ଏକ୍ସପ୍ରେସ୍‌ ଟ୍ରେନ୍‌ ବାଟରେ ଫାରୁକାବାଦ୍‌ ନିକଟରେ ଥିବା ମାନବବିହୀନ ଲେବଲ୍‌ କ୍ରସିଂ ନିକଟରେ ଏକ ମିନି ବସ୍‌ ଉପରେ ମାଡ଼ି ଯାଇଥିଲା। ଫଳରେ ୨୯ ଜଣଙ୍କ ମୃତ୍ୟୁ ହୋଇଯାଇଛି। ବସ୍‌ରେ ପ୍ରାୟ ୪୦ ଜଣ ଯାତ୍ରୀ ପେଶାୱର୍‌ରୁ ଯାତ୍ରା କରୁଥିଲେ। ସେମାନଙ୍କ ମଧ୍ୟରେ ଅଧିକାଂଶ ଶିଖ୍‌ ତୀର୍ଥଯାତ୍ରୀ ଅଛନ୍ତି। ଅନ୍ୟପକ୍ଷେ ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରେ ଅନେକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ମିଳିଥିବା ସୂଚନାନୁଯାୟୀ ସମସ୍ତ ମୃତକମାନେ ୩ରୁ ୪ଟି ପରିବାରର। ସେମାନେ ନାନ୍‌କାନା ସାହେବରୁ ଫେରୁଥିବା ବେଳେ ଏଭଳି ଅଘଟଣର ସମ୍ମୁଖୀନ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର