ଇସ୍ଲାମାବାଦ : ପାକିସ୍ତାନର ପଞ୍ଜାବ ପ୍ରାନ୍ତରେ ଆଜି ଏକ ବସ୍ ସହ ଭ୍ୟାନ୍ର ମୁହାଁମୁହିଁ ଧକ୍କା ହେବା ଫଳରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୭ ଜଣ ଗୁରୁତର ଆହତ ହୋଇଛନ୍ତି। ଲାହୋରଠାରୁ ୭୫ କିଲୋମିଟର ଦୂର ନାରଙ୍ଗ ମଣ୍ଡିର କଳାଖଟାଇ ରୋଡ଼ରେ ଏହି ଦୁର୍ଘଟଣା ଘଟିଛି। ଆଜି ସକାଳେ ପ୍ରବଳ କୁହୁଡ଼ି ହୋଇଥିଲା। ମୁହଁକୁ ମୁହଁ ଦିଶୁ ନଥିଲା। ତେଣୁ ବିପରୀତ ଦିଗରୁ ଆସୁଥିବା ଏକ ଯାତ୍ରୀବାହୀ ବସ୍ ସହ ଭ୍ୟାନ୍ର ଧକ୍କା ହୋଇଥିଲା। ଦୁର୍ଘଟଣା ଯୋଗୁଁ ଭ୍ୟାନ୍ର ଗ୍ୟାସ୍ ସିଲିଣ୍ଡର ଫାଟିଯାଇ ନିଆଁ ଲାଗିଥିଲା। ଭ୍ୟାନ୍ଟି ସମ୍ପୂର୍ଣ୍ଣ ଜଳିଯାଇଥିଲା। ଫଳରେ ସେଥିରେ ଥିବା ୧୩ ଜଣ ଯାତ୍ରୀ ଜଳିଯାଇଥିଲେ। ଖବର ପାଇ ଉଦ୍ଧାରକାରୀ ଦଳ ଏବଂ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଉଦ୍ଧାରକାରୀ ଦଳ ଅନ୍ୟ ୧୩ ଜଣ ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେମାନଙ୍କ ଅବସ୍ଥା ଗୁରୁତର ଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି। ପଞ୍ଜାବ ପ୍ରାନ୍ତ ମୁଖ୍ୟମନ୍ତ୍ରୀ ଉସ୍ମାନ ବଜଦାର ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ପାଇଁ ଗଭୀର ଶୋକ ପ୍ରକାଶ କରିବା ସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।
ପାକ୍ରେ ବସ୍-ଭ୍ୟାନ୍ ମୁହାମୁହିଁ, ଜଳିଗଲେ ୧୩
/sambad/media/post_attachments/wp-content/uploads/2020/12/65454654srhhsshfshfhsf.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)