ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଜିନତ ଅମାନଙ୍କୁ ପିଛା କରି ଆଜି ଦିଲ୍ଲୀର ବ୍ୟବସାୟୀ ଅମନ୍ ଖାନ୍ନା(୩୮) ଗିରଫ ହୋଇଛନ୍ତି। ଗତ ସୋମବାର ଦିନ ବ୍ୟବସାୟୀ ଅମନ୍ ତାଙ୍କୁ ଅପରାଧିକ ଉଦ୍ଦେଶ୍ୟରେ ପିଛା କରୁଥିବା ନେଇ ଜିନତ୍ ଜୁହୁ ଥାନରେ ଅଭିଯୋଗ ଦାଏର କରିଥିଲେ। ତାଙ୍କ ଅଭିଯୋଗ ମୁତାବକ ଆଜି ବ୍ୟବସାୟୀ ଅମନଙ୍କୁ ପୁଲିସ୍ ଅଭିଯୋଗ କରିଛି। ଅମମ୍ ଅଭିନେତ୍ରୀ ଜିନତଙ୍କୁ ଜାଣିଛନ୍ତି ଓ ସେ ଦୀର୍ଘଦିନ ଧରି ତାଙ୍କୁ ଫୋନ୍ କରି ବିରକ୍ତ ମଧ୍ୟ କରୁଥିଲେ ବୋଲି ପୁଲିସ୍ କହିଛି। ସୋମବାର ଜିନତଙ୍କୁ ଦେଖି ଅମନ୍ ତାଙ୍କୁ ରାସ୍ତାରେ ଅଟକାଇଥିଲେ ଓ ଉଭୟଙ୍କ ମଧ୍ୟରେ ଏହାକୁ ନେଇ ଝଗଡ଼ା ମଧ୍ୟ ହୋଇଥିଲା ।
ଜିନତ୍ ଅମାନଙ୍କୁ ପିଛା କରି ବ୍ୟବସାୟୀ ଗିରଫ
/sambad/media/post_attachments/wp-content/uploads/2018/02/657715-zeenat-aman-ians.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)