ନୂଆଦିଲ୍ଲୀ: ବିଷାଦ ଭାରତୀୟଙ୍କ ପାଇଁ କାଳ ହୋଇଛି। ପ୍ରତିଦିନ ବିଷାଦ ପାଇଁ ଭାରତର ବିଭିନ୍ନ ରାଜ୍ୟରେ ଆତ୍ମହତ୍ୟା ଖବର ମିଳୁଛି। ଦିଲ୍ଲୀର ଶାଲିମାର ବାଗ୍ ଅଞ୍ଚଳରେ ଗତକାଲି ମଧ୍ୟ ଏମିତି ଏକ ଘଟଣା ଘଟିଛି। ବିଷାଦ ଯୋଗୁଁ ଜଣେ ବ୍ୟବସାୟୀ ତାଙ୍କର ୨ ଜଣ ନାବାଳକ ପୁଅ ଏବଂ ଝିଅଙ୍କୁ ହତ୍ୟା କରିବାପରେ ନିଜେ ଆତ୍ମହତ୍ୟା କରିଦେଇଛନ୍ତି। ଦିଲ୍ଲୀ ପୁଲିସ ଦ୍ବାରା ହୋଇଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ବିଷାଦ ଯୋଗୁଁ ୪୪ ବର୍ଷୀୟ ମଧୁର ମଲାନୀ ତାଙ୍କ ଦୁଇ ପୁଅ, ଝିଅଙ୍କୁ ଘରେ ମାରିବାପରେ ନିଜେ ଏକ ମେଟ୍ରୋ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ପୁଲିସ ସୂଚନାନୁଯାୟୀ ମଧୁର ମଲାନୀ ବିଷାଦରେ ପୀଡ଼ିତ ଥିଲେ। ଗତ ୬ ମାସ ଧରି ତାଙ୍କ ବାଲି କାଗଜ କମ୍ପାନି ବନ୍ଦ ହୋଇଯାଇଥିବାରୁ ସେ ଏହାକୁ କେମିତି ପୁଣି ଆରମ୍ଭ କରିବେ ସେନେଇ ଚିନ୍ତାରେ ଥିଲେ। କମ୍ପାନି ବନ୍ଦ ପରଠାରୁ ମଧୁର ତାଙ୍କ ବାପା ମା’ଙ୍କ ଉପରେ ନିର୍ଭର କରୁଥିଲେ। ଅତ୍ୟନ୍ତ ଚାପଗ୍ରସ୍ତ ହୋଇ ସେ ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି। ମଧୁରଙ୍କ ପତ୍ନୀ ରୂପାଲି ଘରେ ନଥିବାବେଳେ ମଧୁର ତାଙ୍କ ଦୁଇ ପୁଅ, ଝିଅଙ୍କୁ ମାରି ଦେଇଥିଲେ। ପରେ ସେ ନିଜେ ଦିଲ୍ଲୀ ମେଟ୍ରୋର ୟେଲୋ ଲାଇନ୍ରେ ମେଟ୍ରୋ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଥିଲେ। ତେବେ ରୂପାଲି ଆସି ଘରେ ପହଞ୍ଚିବାପରେ ନିଜ ପିଲାମାନଙ୍କୁ ମରି ପଡ଼ିଥିବାର ଦେଖି ପୁଲିସରେ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଥିଲା। ପରେ ମଧୁର ମଲାନୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ପୁଲିସ ଅନୁଯାୟୀ ମଧୁର ପ୍ରଥମେ ତାଙ୍କ ପିଲାଙ୍କୁ ଅପରାହ୍ନରେ ମାରିବା ପରେ ନିଜେ ଆତ୍ମହତ୍ୟା କରିଥିଲେ। ପୁଲିସ ଏନେଇ ଆଇପିସି ଅଧୀନରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।
୨ ପୁଅ, ଝିଅଙ୍କୁ ହତ୍ୟା ପରେ ଆତ୍ମହତ୍ୟା କଲେ ବ୍ୟବସାୟୀ
/sambad/media/post_attachments/wp-content/uploads/2020/02/Capture-1-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)