ନୂଆଦିଲ୍ଲୀ : ସମ୍ପ୍ରତି ବିଶ୍ବ ସାରା ସର୍ବତ୍ର ବିଭୀଷିକା ରଚିଚାଲିଥିବା ମହାମାରୀ କୋଭିଡ୍–୧୯ ପରୋକ୍ଷରେ ହେଉ ପଛକେ ପ୍ରକୃତିପ୍ରେମୀ ଓ ପରିବେଶବିତ୍‌ଙ୍କ ପାଇଁ ନିଆରା ଖୁସି ଆଣିଦେଇଛିା ଯୁଆେଡ଼ ଚାହିଁଲେ ସିଆେଡ଼ ନାନା ଜାତି ପ୍ରଜାପତିଙ୍କର ଦୋଳାୟିତ ରଙ୍ଗିନ ଡେଣାର ସମାହାର ଆକାଶର ଏପାରିରୁ ସେପାରିକୁ ଲମ୍ବିଯାଇଛିା କରୋନା ସଂକ୍ରମଣର ବ୍ୟାପକତାକୁ କମାଇବା ଲାଗି ସାମାଜିକ ଦୂରତ୍ବ ବଜାୟ ରଖିବା ଆଳରେ ଜାରି ରହିଥିବା ଲକ୍‌ଡାଉନ୍ ସ୍ଥିତି ହିଁ ଏପରି ବିରଳ ମୁହୂର୍ତ୍ତ ଆଣିଥିବା ଅନୁଭବ କରିହେଉଛିା ଗୃହବନ୍ଦୀ ସମ ଲୋକେ ଘର ଭିତରେ ଆବଦ୍ଧ ରହିବା ସହ ଗାଡି଼ମୋଟର ଓ କଳକାରଖାନା ବନ୍ଦ ଯୋଗୁଁ ସୃଷ୍ଟ ପ୍ରଦୂଷଣମୁକ୍ତ ପରିବେଶ ହିଁ ଏହି ରଙ୍ଗିନ ପତଙ୍ଗମାନଙ୍କୁ ବିରଳ ମହୋତ୍ସବ ପାଳିବା ପାଇଁ ସୁଯୋଗ ଆଣିଛିା

Advertisment

ଏଠାରେ ସୂଚନାଯୋଗ୍ୟ, ଗାଡି଼ମୋଟର ଚଳାଚଳ ଦ୍ବାରା ସେଥିରୁ ନିର୍ଗତ ଧୂଆଁରେ ମାତ୍ରାଧିକ ପରିମାଣର ବିଷାକ୍ତ ସଲଫରଡାଇଅକ୍ସାଇଡ୍ ବାଷ୍ପ ରହିଥାଏ ଯାହା କି ବିଶେଷ କରି ପ୍ରଜାପତିମାନଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇଥାଏ। ଏବେ ପରିବେଶ ସେଥିରୁ ମୁକ୍ତ ଥିବା ବେଳେ ବାଡି଼ବଗିଚାରେ ମଧ୍ୟ ଅଭୂତପୂର୍ବ ସବୁଜିମାରେ ପୁଲଫଳଙ୍କ ସମାବେଶ ଦେଖିବାକୁ ମିଳିିଛିା ସେହିପରି କାର୍ଯ୍ୟବନ୍ଦ ଯୋଗୁଁ ଶସ୍ୟକ୍ଷେତ୍ରରେ କୀଟନାଶକର ବ୍ୟବହାର ନାହିଁ କି ଜନବସତି ଆଖପାଖରେ ଅନାବନା ଲଟାବୁଦା ସଫାହେବାର ଉପକ୍ରମ ନାହିାଁ ସୁତରାଂ ଆଗରୁ କେଉଁଠି ମରଣମୁହଁରେ ପଡୁଥିବା କି ଆତ୍ମଗୋପନ କରୁଥିବା ଏହି ନିରୀହ ପତଙ୍ଗମାନଙ୍କ ପାଇଁ ଏବେ ମୁକ୍ତିର ଆନନ୍ଦ ପ୍ରତିଫଳିତ ହେବାରେ ଲାଗିଛିା ଅପରପକ୍ଷେ, ସଂଖ୍ୟାଧିକ ପ୍ରଜାତିର ପ୍ରଜାପତିଙ୍କ ମିଳନ ଋତୁ ସାଧାରଣତଃ ମାର୍ଚ୍ଚ ଏବଂ ଏପ୍ରିଲ ମାସ ହୋଇଥିିବା ବେଳେ ସାମ୍ପ୍ରତିକ ସ୍ଥିତି ସେମାନଙ୍କ ମନରେ ଅପୂର୍ବ ଆନନ୍ଦ ଭରିଦେଇଛିା ଫଳସ୍ବରୂପ ଆଗରୁ କୌଣସି ପରିସ୍ଥିତିରେ ବି ଦେଖିବାକୁ ମିଳିନଥିବା ଏପରି ପାରିବେଶିକ ରଙ୍ଗିନ ସମାରୋହ କରୋନା ହିଁ ପହଞ୍ଚାଇଦେଇଛିା