ପୁଅ ସହ ବ୍ୟାଙ୍କ ଯାଉଥିଲେ ମହିଳା, ଗଣଦୁଷ୍କର୍ମ କରି ନଦୀରେ ଫିଙ୍ଗିରେ ଦୁର୍ବୃତ୍ତ

ବକ୍ସର: ବିହାରର ବକ୍ସରରେ ବ୍ୟାଙ୍କ ଯାଉଥିବା ଜଣେ ମହିଳା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ଅଭିଯୁକ୍ତମାନେ ପୀଡ଼ିତାଙ୍କ ସହ ଗଣଦୁଷ୍କର୍ମ କରି ତାଙ୍କ ୫ବର୍ଷର ପୁଅ ସହ ତାଙ୍କୁ ବାନ୍ଧି ନଦୀରେ ଫିଙ୍ଗି ଦେଇଥିଲେ। ଏହି ଘଟଣା ପରେ ପୀଡ଼ିତାଙ୍କ ପୁଅର ମୃତ୍ୟୁ ହୋଇଛି। ପୀଡ଼ିତାଙ୍କ ଅଭିଯୋଗ ପରେ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ପୁଲିସ।। ଏହି ଘଟଣା ବିହାରର ବକ୍ସର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି |

ମିଳିଥିବା ସୂଚନା ମୁତାବକ, ମୁରାର ପୁଲିସ ଷ୍ଟେସନ ଅଧୀନରେ ଆସୁଥିବା ଓଝା ବରାଓ ଗ୍ରାମର ଜଣେ ମହିଳା ନିଜ ୫ବର୍ଷର ପୁଅ ସହ ବ୍ୟାଙ୍କକୁ ଯାଉଥିବା ବେଳେ ତାଙ୍କୁ ଅପହରଣ କରି ନିଆଯାଇଥିଲା। ମହିଳାଙ୍କ ସହ ଅଭିଯୁକ୍ତମାନେ ଗଣଦୁଷ୍କର୍ମ କରିବା ପରେ ଦୁହିଁଙ୍କୁ ବାନ୍ଧି ନଦୀରେ ଫିଙ୍ଗି ଦେଇଥିଲେ। ପାଣିରେ ବୁଡ଼ି ପୀଡ଼ିତାଙ୍କ ପୁଅର ମୃତ୍ୟୁ ହୋଇଥିବା ବେଳେ ପୀଡ଼ିତାଙ୍କୁ ଉଦ୍ଧାର କରାଯାଇଥିଲା।

Two women of a family gang-raped near Multan's picnic point | Pakistan Today
Pakistan Today

ପୀଡ଼ିତାଙ୍କ ବାପାଙ୍କ କହିବା ମୁତାବକ, ଅଭିଯୁୁକ୍ତମାନେ ମୋ ଝିଅକୁ ନଦୀରେ ଫିଙ୍ଗିବା ପରେ ସେ ସାହାଯ୍ୟ ପାଇଁ ପାଟି କରି ଡାକିଥିଲା। ଏହା ପରେ ଲୋକେ ନଦୀକୁ ଡ଼େଇଁ ତାକୁ ଉଦ୍ଧାର କରିବା ବେଳକୁ ମୋ ନାତିର ମୃତ୍ୟୁ ହୋଇସାରିଥିଲା।

ସମ୍ବନ୍ଧିତ ଖବର