୭୫୦୦ତମ ‘ଜନ ଔଷଧି କେନ୍ଦ୍ର’ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ: ଟ. ୨.୫୦ରେ ମିଳିବ ‘ସାନିଟାରି ପ୍ୟାଡ୍‌’

ନୂଆଦିଲ୍ଲୀ: ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ଜରିଆରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶିଲଙ୍ଗ୍‌ସ୍ଥିତ ‘ନର୍ଥ ଇଷ୍ଟର୍ଣ୍ଣ ଇନ୍ଦିରା ଗାନ୍ଧି ରିଜିଓନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହେଲ୍‌ଥ୍‌ ଆଣ୍ଡ୍‌ ମେଡିକାଲ୍‌ ସାଇନ୍‌ସେସ୍‌’ରେ ୭୫୦୦ତମ ‘ଜନ ଔଷଧି କେନ୍ଦ୍ର’ ଉଦ୍‌ଘାଟନ କରିଛନ୍ତି।

‘ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି ପରିଯୋଜନା’ର ହିତାଧିକାରୀମାନଙ୍କ ସହ କଥାବାର୍ତ୍ତା କରିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ଔଷଧପତ୍ର ମହଙ୍ଗା ହୋଇଥିବା କାରଣରୁ ଆମେ ଗରିବ ଲୋକଙ୍କ ଲାଗି ‘ପ୍ରଧାନମନ୍ତ୍ରୀ ଜନ ଔଷଧି ଯୋଜନା’ କରିଛୁ। ଫଳରେ ସେମାନଙ୍କ ପଇସାପତ୍ର ବଞ୍ଚିଯାଉଛି। ତେଣୁ, ସୁଲଭ ମୂଲ୍ୟରେ ‘ମୋଦୀକି ଦୁକାନ୍‌’ରୁ (ଲୋକମୁଖରେ ପ୍ରଚଳିତ) ଔଷଧ ଖରିଦ କରିବା ଲାଗି ଲୋକମାନଙ୍କୁ ମୋର ଅନୁରୋଧ।

Image Courtesy of Asianet Newsable

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ‘ଜନ ଔଷଧି ପରିଯୋଜନା’ର ଅଂଶବିଶେଷ ଭାବେ ମହିଳାମାନଙ୍କୁ ଟ. ୨.୫୦ରେ ‘ସାନିଟାରି ପ୍ୟାଡ୍‌’ ମିଳିବ।

ସେ କହିଲେ, ଗରିବ ଓ ମଧ୍ୟମବର୍ଗ ଆୟକାରୀ ପରିବାରଙ୍କ ନିମନ୍ତେ ଦେଶବ୍ୟାପୀ ‘ପ୍ରଧାନମନ୍ତ୍ରୀ ଜନ ଔଷଧି ପରିଯୋଜନା’ ଚାଲୁ କରାଯାଇଛି। ଯୁବବର୍ଗଙ୍କୁ କର୍ମ ସଂସ୍ଥାନ ସୁଯୋଗ ଦେଉଥିବାରୁ ଏହି ଯୋଜନା ହେଉଛି ସେବା ଓ ରୋଜଗାରର ଏକ ମାଧ୍ୟମ। ଏହି ଯୋଜନାର ଅଂଶବିଶେଷ ଭାବେ ମହିଳାମାନଙ୍କ ଲାଗି ଟ. ୨.୫ରେ ‘ସାନିଟାରି ପ୍ୟାଡ୍‌’ ମିଳିବ।

ଏହା ବ୍ୟତିରେକେ, ସମଗ୍ର ଦେଶରେ ଥିବା ‘ଜନ ଔଷଧି କେନ୍ଦ୍ର’ମାନଙ୍କରେ ୭୫ ପ୍ରକାରର ‘ଆୟୁଷ’ ଔଷଧ ଉପଲବ୍ଧ କରାଯିବା ଲାଗି ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର