ଦୁଇଚକିଆ କିଣିବା ବେଳେ ଦୁଇଟି ହେଲମେଟ୍ କିଣିବା ଜରୁରୀ, ନ ହେଲେ ହୋଇପାରିବନି ପଞ୍ଜିକରଣ

ମୁମ୍ବାଇ:  ଏଣିକି ଦୁଇଚକିଆ ଗାଡି ସହ ହେଲମେଟ କିଣିବା ବାଧ୍ୟତାମୂଳକ ହେବ । ପୁଣି ଗୋଟିଏ ନୁହେଁ  ଦୁଇଟି କିଣିବାକୁ ପଡ଼ିବ । ଯଦି ଆପଣ ଦୁଇଚକିଆ ଗାଡ଼ି କିଣୁଛନ୍ତି ତେବେ ସାଥିରେ ଆପଣଙ୍କୁ କିଣିବାକୁ ପଡିବ ଦୁଇ ଦୁଇଟି ହେଲମେଟ୍ । ନଚେତ ଆପଣଙ୍କ ଗାଡିର ରେଜିଷ୍ଟ୍ରେସନ ହେବ ନାହିଁ । ତେବେ ଉଭୟ ଚାଳକ ଏବଂ ସହଯାତ୍ରୀଙ୍କ ସୁରକ୍ଷାକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ମହାରାଷ୍ଟ୍ର ସରକାର ।

Image result for buy two wheeler 2 helmet necessary
Citizen Matters, Bengaluru

ଗାଡି ପଂଜିକରଣ କରିବା ପୂର୍ବରୁ ଆବେଦନକାରୀଙ୍କ ନିକଟରେ ଦୁଇଟି ହେଲମେଟ ଅଛି କି ନାହିଁ , ତାର ପ୍ରମାଣ ମଧ୍ୟ ଦେଖାଇବାକୁ ପଡିବ । ତେବେ ଦୁଇଚକିଆ ଗାଡି କିଣିବା ସମୟରେ ଦୁଇଟି ହେଲମେଟର ପୂରା ତଥ୍ୟ ଗାଡି ସହ ଦିଆଯାଇଥିବା ସମସ୍ତ ଦସ୍ତାବିଜ ସହ ସଂଯୁକ୍ତ କରାଯିବ । ଫଳରେ ଗାଡି ବିକ୍ରି ସମୟରେ ଡିଲର ଗ୍ରାହକଙ୍କୁ ଦୁଇଟି ହେଲମେଟ ଉପଲବ୍ଧ କରାଇବେ। ତେବେ ଦୁଇଟି ହେଲମେଟର ରସିଦକୁ ଗାଡିର ରେଜିଷ୍ଟ୍ରେସନ ସମୟରେ ଆରଟିଓରେ ଦେଖାଇବା ପରେ ହିଁ ଯାଇ ଗାଡିର ରେଜିଷ୍ଟ୍ରେସନ ହୋଇପାରିବ ବୋଲି କହିଛନ୍ତି ମହାରାଷ୍ଟ୍ର ସରକାର । ସେହିଭଳି କେନ୍ଦ୍ରୀୟ ମୋଟର ଯାନ ଆଇନ, ୧୯୮୯ର ଧାରା ୧୩୮ (୪)(ଏଫ) ଅନୁସାରେ ଦୁଇ ଚକିଆ ଗାଡି କିଣିବା ସମୟରେ ଗ୍ରାହକଙ୍କୁ କଂପାନି ପକ୍ଷରୁ ଏକ ସୁରକ୍ଷାତ୍ମକ ହେଲମେଟ୍ ତଥା ବିଏସଆଇମାନକ ଯୁକ୍ତ ହେଲମେଟ୍ ଦେବା ବାଧ୍ୟତାମୂଳକ କରାଯାଇଛି । ଆଉ ଏହି ନିୟମକୁ ବର୍ତ୍ତମାନ ରାଜ୍ୟରେ କଡାକଡି ଭାବେ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମହାରାଷ୍ଟ୍ର ସରକାର ।

Image result for buy two wheeler 2 helmet necessary
Acko
ଦେଶରେ ଦିନକୁ ଦିନ ବୃଦ୍ଧି ପାଉଥିବା ସଡକ ଦୁର୍ଘଟଣାକୁ ନଜରରେ ରଖି କଡାକଡି ଭାବେ ଲାଗୁ କରାଯାଉଛି ନୂଆ ମୋଟର ଯାନ ଆଇନ । ଯାହାକୁ ନମାନିଲେ ଚାଳକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ଆଦାୟ କରାଯାଉଛି ମୋଟା ଅଙ୍କର ଜରିମାନା । ଆଉ ଟ୍ରାଫିକର ଏହି କଡା ନିୟମ ତାଲିକାରୁ ବାଦ୍ ପଡିନି ଓଡିଶା ।  ବାଇକ ଚାଳକଙ୍କ ପାଇଁ ହେଲମେଟ ପିନ୍ଧି ଗାଡି ଚଳାଇବାକୁ ବାଧ୍ୟତାମୂଳକ କରିବା ସହ ପଛରେ ବସିଥିବା ସହଯାତ୍ରୀଙ୍କୁ ମଧ୍ୟ ହେଲମେଟ୍ ପିନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ବାଇକରେ ୩ ଜଣ ବସିବାକୁ ବାରଣ କରାଯିବା ସହ ମଦ ପିଇ ଗାଡି ଚଳାଇଲେ, ଗାଡି ଚଳାଇଲା ବେଳେ ମୋବାଇଲରେ କଥା ହେଲେ ମୋଟାଅଙ୍କର ଜରିମାନା ଦିଆଯିବ।
ସମ୍ବନ୍ଧିତ ଖବର