ରୁଷ୍‌ରୁ ଏସ୍‌-୪୦୦ କିଣିଲେ ସହଯୋଗ ସୀମିତ ହେବ, କିନ୍ତୁ ଭାରତକୁ ସାହାଯ୍ୟ କରିବାକୁ ଆମେ ପ୍ରସ୍ତୁତ: ଯୁକ୍ତରାଷ୍ଟ୍ର ଆମେରିକା

ଓ୍ଵାସିଂଟନ୍‌: ସଦ୍ୟତମ ପ୍ରଯୁକ୍ତିବିଦ୍ୟା ଏବଂ ଉପକରଣ ସମ୍ବଳିତ ଭାରତର ପ୍ରତିରକ୍ଷା ଆବଶ୍ୟକତା ପୂରଣ ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକା ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଛି, କିନ୍ତୁ ନୂଆଦିଲ୍ଲୀ ରୁଷ୍‌ ଠାରୁ ଲଙ୍ଗ୍‌ ରେଞ୍ଜ୍‌ ଏସ୍‌- ୪୦୦ ମିସାଇଲ୍‌ ଡିଫେନ୍‌ସ୍‌ ସିଷ୍ଟମ୍‌ ଖରିଦ କରୁଥିବାରୁ ସହଯୋଗ ସୀମିତ ହେବ ବୋଲି ଡୋନାଲଡ୍‌ ଟ୍ରମ୍ପ୍‌ ପ୍ରଶାସନ ସତର୍କ କରାଇ ଦେଇଛି।

ମସ୍କୋରୁ ମାରାତ୍ମକ ମିସାଇଲ୍‌ ସିଷ୍ଟମ୍‌ ଖରିଦ କରିବାକୁ ନୂଆଦିଲ୍ଲୀ କରିଥିବା ରାଜିନାମା ଭାରତ-ଯୁକ୍ତରାଷ୍ଟ୍ର ଆମେରିକା ସହଯୋଗ ଉପରେ ଗୁରୁତର ପ୍ରଭାବ ପକାଇ ପାରେ ବୋଲି ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସପ୍ତାହେ ତଳେ ଏକା ପ୍ରକାର ଚେତାବନୀ ଶୁଣାଇଥିଲେ।

Image Source: The Drive

ରୁଷ୍‌ର ଏସ୍‌-୪୦୦ ସବୁଠୁ ଉନ୍ନତ ଲଙ୍ଗ୍‌-ରେଞ୍ଜ୍‌ ଭୂ-ପୃଷ୍ଠରୁ ଭୂ-ପୃଷ୍ଠକୁ ଗତି କରୁଥିବା ଏୟାର୍‌ ମିସାଇଲ୍‌ ଡିଫେନ୍‌ସ୍‌ ସିଷ୍ଟମ୍‌। ଚୀନ୍‌ ହେଉଛି ଏହି ସିଷ୍ଟମ୍‌ କିଣିବାରେ ପ୍ରଥମ ବିଦେଶୀ କ୍ରେତା।

ଏସ୍‌-୪୦୦ ଏୟାର୍‌ ଡିଫେନ୍‌ସ୍‌ ସିଷ୍ଟମ୍‌ କିଣିବା ଲାଗି ଗତବର୍ଷ ଅକ୍ଟୋବର ମାସରେ ଭାରତ ଓ ରୁଷ୍‌ ମଧ୍ୟରେ ୫ ବିଲିୟନ୍‌ ଆମେରିକୀୟ ଡଲାର୍‌ର ରାଜିନାମା ସ୍ୱାକ୍ଷରିତ ହୋଇଥିଲା।

ସମ୍ବନ୍ଧିତ ଖବର