ଲକ୍ଷ୍ନୌ: ୨୦୨୨ ସୁଦ୍ଧା ଦେଶର ସମସ୍ତ ପରିବାର ଯେମିତି ଘର ପାଇବେ ସେଥିପାଇଁ କେନ୍ଦ୍ର ସରକାର ନିଶ୍ଚିତ ବୋଲି ଶନିବାର ଦିନ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ବିଜେପି କର୍ମୀଙ୍କୁ ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମରେ ସିଂହ କହିଲେ: ୨୦୨୨ ସୁଦ୍ଧା ଦେଶରେ ଘର ନ ଥିବା ପରିବାର ନ ଥିବ ଏବଂ ୨୦୨୪ ସୁଦ୍ଧା ଦେଶର ପ୍ରତ୍ୟେକ ଘରକୁ ଟ୍ୟାପ୍‌ ଯୋଗେ ପାଣି ଯୋଗାଇ ଦିଆ ଯିବାର ଲକ୍ଷ ରହିଛି। ଦେଶର ସବୁ ବ୍ୟକ୍ତିଙ୍କ ପାଇଁ ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ନିମନ୍ତେ ବ୍ୟବସ୍ଥା ହୋଇ ସାରିଛି।

Advertisment

publive-image Image Source: Sify

ପାକିସ୍ତାନ ଆତଙ୍କ ଶିଳ୍ପ ଚଳାଇଛି ବୋଲି ଭାଷଣରେ ସିଂହ ପାକିସ୍ତାନକୁ ନିନ୍ଦା କରିଥିଲେ। ସେ କହିଲେ, ସମଗ୍ର ବିଶ୍ୱ ଭାରତ ସହ ଚାଲିବାକୁ ଚାହୁଁଛି, କିନ୍ତୁ ଆମ ଦେଶର ପଡ଼ୋଶୀ ପାକିସ୍ତାନ ଆତଙ୍କ ବ୍ୟାପାର ଚଳାଇଛି। ଯେ କୌଣସି ସ୍ଥାନରେ ଆତଙ୍କବାଦ ବ୍ୟାପାର ପାଲଟିଗଲେ ଅନ୍ୟ ବ୍ୟାପାର ଆପଣାଛାଏଁ ବନ୍ଦ ହୋଇଯାଏ।

ସିଂହ ଆହୁରି କହିଲେ ଯେ ଆଗାମୀ ପ୍ରତିରକ୍ଷା କରିଡର୍‌ ଅନେକ ଶିଳ୍ପର ପ୍ରତିଷ୍ଠା ଲାଗି ବାଟ କଢ଼ାଇବ ଯାହା ଦେଶରେ କର୍ମସଂସ୍ଥାନ ସୃଷ୍ଟି କରିବାରେ ସହାୟକ ହେବ। ସିଂହଙ୍କ ଛଡ଼ା, ଅନ୍ୟମାନଙ୍କ ମଧ୍ୟରେ ବିଜେପି ସାଂସଦ ଅଶୋକ ବାଜପାୟୀ, ବିଧାୟକ ଡକ୍ଟର ନୀରଜ ବୋରା ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।