ନୂଆଦିଲ୍ଲୀ : ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର ଆଜି ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଏହା ସହିତ ୪୮ଟି ବିଧାନସଭା ଆସନ ଓ ୨ଟି ଲୋକସଭା ଆସନ ପାଇଁ ଉପନିର୍ବାଚନ ତାରିଖ ବି ଘୋଷଣା କରାଯାଇଛି। ଏହି ୨ଟି ଲୋକସଭା ଆସନ ହେଲା କେରଳର ଓ୍ବାୟନାଡ୍ ଓ ମହାରାଷ୍ଟ୍ରର ନାଣ୍ଡେଡ୍।
ଗତ ଲୋକସଭା ନିର୍ବାଚନରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଓ୍ବେନାଡ୍ ଓ ରାୟବରେଲି ଆସନରୁ ଜିତିଥିବାବେଳେ ଓ୍ବେନାଡ ଆସନ ଛାଡ଼ିଛନ୍ତି । ଫଳରେ ଏହି ଆସନ ପାଇଁ ଉପନିର୍ବାଚନ ହେଉଛି। ସେହିପରି ନାଣ୍ଡେଡ୍ ଆସନରୁ କଂଗ୍ରେସର ବସନ୍ତରାଓ ବଲବନ୍ତରାଓ ଚଭନ ଜିତିଥିଲେ । ତେବେ ଗତ ଅଗଷ୍ଟ ମାସରେ ତାଙ୍କର ଦେହାନ୍ତ ହୋଇଥିଲା, ଫଳରେ ଏହି ଆସନଟି ଖାଲିପଡ଼ିଛି।
ତେବେ ଓ୍ବାୟନାଡ୍ ଆସନରୁ କଂଗ୍ରେସରୁ କିଏ ଛିଡ଼ା ହେବେ ତାହା ଉପରେ ସମସ୍ତଙ୍କ ନଜର ରହିବ ? ଏହି ଆସନଟି କଂଗ୍ରେସର ଏକ ସୁରକ୍ଷିତ ଆସନ ହୋଇଥିବାରୁ ଏହି ଆସନରୁ ଗାନ୍ଧି ପରିବାରର ପ୍ରିୟଙ୍କା ଗାନ୍ଧି ଭାଡ୍ରା ଲଢିବାର ସମ୍ଭାବନା ରହିଛି । ଯଦି ଏହି ଆସନରୁ ପ୍ରିୟଙ୍କା ଲଢିବେ, ତେବେ ତାଙ୍କ ବିପକ୍ଷରେ ବିଜେପି ଓ ବାମ ଦଳ କାହାକୁ ଛିଡ଼ା କରିବେ ତାହା ଉପରେ ବି ନଜର ରହିବ ।