“ସଂଧ୍ୟାସୁଦ୍ଧା ତୁମ ପୁଅର ମୃତଦେହ ଘରେ ପହଞ୍ଚିବ” : ମୃତ ବିଜେପି ବିଧାୟକଙ୍କ ପିତାଙ୍କୁ ନକ୍ସଲ ଧମକ ଦେଇଥିଲେ

ରାୟପୁର : ନିର୍ବାଚନ ପୂର୍ବରୁ ଛତିଶଗଡ଼ର ଦାନ୍ତେଓ୍ଵାଡ଼ାରେ ହୋଇଥିବା ମାଓ ଆକ୍ରମଣ ସୁରକ୍ଷା ବାହିନୀକୁ ଚିନ୍ତାରେ ପକାଇଦେଇଛି । ବିଶେଷକରି କଡ଼ା ସୁରକ୍ଷା ମଧ୍ୟରେ ଥିବା ଜଣେ ବିଧାୟକଙ୍କୁ ହତ୍ୟା କରିବା ନିର୍ବାଚନ ବେଳେ ସୁରକ୍ଷାବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗତ କାଲିର ଏହି ଆକ୍ରମଣ ସମ୍ପର୍କରେ ଆଜି ଆଉ କିଛି ନୂଆ ତଥ୍ୟ ମିଳିଛି ।

ଏହି ଆକ୍ରମଣ ସମ୍ପର୍କରେ ମୃତ ବିଜେପି ବିଧାୟକ ଭୀମା ମାଣ୍ଡାବୀଙ୍କୁ ପୂର୍ବରୁ ନକ୍ସଲମାନେ ସତର୍କ କରାଇଦେଇଥିଲେ ବୋଲି ଜଣାପଡିଛି । ଏ ସଂପର୍କରେ ସୂଚନା ଦେଇ ମୃତ ବିଧାୟକଙ୍କ ପିତା ଲିଙ୍ଗା ମାଣ୍ଡାବୀ କହିଛନ୍ତି ଯେ ଗତ କାଲି ସକାଳେ ଜଣେ ବ୍ୟକ୍ତି ତାଙ୍କ ଘରକୁ ଆସି କହିଥିଲା ଯେ ସଂଧ୍ୟା ସୁଦ୍ଧା ତାଙ୍କ ଘରକୁ ଭୀମାଙ୍କ ମୃତଦେହ ପହଞ୍ଚିବ ।

ପୁଲିସ ପକ୍ଷରୁ ମଧ୍ୟ କୁହାଯାଇଛି ଯେ ସଂପୃକ୍ତ ଅଂଚଳକୁ ନଯିବା ପାଇଁ ପୂର୍ବରୁ ଭୀମାଙ୍କୁ ସତର୍କ କରାଯାଇଥିଲା । କିନ୍ତୁ ସେ ତାହାକୁ ନ ମାନି ଗତ କାଲି ସଂପୃକ୍ତ ଅଂଚଳକୁ ନିର୍ବାଚନ ପ୍ରଚାରରେ ଯାଇଥିଲେ ।

ସମ୍ବନ୍ଧିତ ଖବର