ନୂଆଦିଲ୍ଲୀ: ବିଶେଷଜ୍ଞମାନଙ୍କ ମତରେ ଭାରତରେ ଆଗାମୀ ଦିନଗୁଡ଼ିକରେ କୋଭିଡ୍-୧୯ ମାମଲା ପ୍ରବଳ ଭାବେ ବୃଦ୍ଧି ପାଇବ। କିନ୍ତୁ ପ୍ରଥମ ଓ ଦ୍ବିତୀୟ ଲହର ପରି ଏହା ସେତେ ମାରାତ୍ମକ ହେବ ନାହିଁ। ବିଶେଷଜ୍ଞମାନଙ୍କ ମତରେ ଏହି ଲହର ମଧ୍ୟ ଅଳ୍ପକାଳ ସ୍ଥାୟୀ ରହିବ। କେମ୍ବ୍ରିଜ୍ ବିଶ୍ବବିଦ୍ୟାଳୟର ଗବେଷକମାନଙ୍କ ମତରେ ଡିସେମ୍ବର ଶେଷ ସପ୍ତାହରୁ ନୂଆ ସଂକ୍ରମଣରେ ବୃଦ୍ଧି ଘଟିବା ଆରମ୍ଭ ହୋଇଛି। ଆଇଆଇଟି-କାନପୁରର ଏକ ଅନୁଧ୍ୟାନ ଅନୁସାରେ କୋଭିଡ୍-୧୯ର ୩ୟ ଲହର ଫେବ୍ରୁଆରି ୩ ସୁଦ୍ଧା ଚରମକୁ ଛୁଇଁପାରେ। ନ୍ୟାସନାଲ କୋଭିଡ୍-୧୯ ସୁପରମଡେଲ କମିଟିର ପୂର୍ବାନୁମାନ ଅନୁସାରେ ୨୦୨୨ ପ୍ରାରମ୍ଭରେ ଲହର ଶିଖର ଛୁଇଁବ। ଭାରତରେ ଓମିକ୍ରନ୍ ଡେଲ୍ଟାର ସ୍ଥାନ ନେବା ଆରମ୍ଭ କରିବା ପରେ ଦୈନିକ ସଂକ୍ରମଣରେ ଯଥେଷ୍ଟ ବୃଦ୍ଧି ଘଟିଛି। ଏଭଳି ସ୍ଥିତିରେ ଆଉ କେତେକ ବିଶେଷଜ୍ଞ ଆକଳନ କରିଛନ୍ତି ଯେ ଭାରତରେ ଓମିକ୍ରନ୍ ସଂକ୍ରମଣ ଜାନୁଆରି ଶେଷ ସୁଦ୍ଧା ଶୀର୍ଷ ଛୁଇଁବ। ସମ୍ପ୍ରତି ଅଧିକାଂଶ ଦେଶରେ ଓମିକ୍ରନ୍ ଯୋଗୁ କୋଭିଡ୍-୧୯ର ଚତୁର୍ଥ ଲହର ଦେଖିବାକୁ ମିଳୁଛି। ଆମେରିକା ଓ ଇଂଲଣ୍ଡରେ ଓମିକ୍ରନ୍ ଡେଲ୍ଟାର ସ୍ଥାନ ନେଇ ମୁଖ୍ୟ ଭାରିଆଣ୍ଟରେ ପରିଣତ ହୋଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp