ନୂଆଦିଲ୍ଲୀ: ଦେଶର ୧୩୦ କୋଟି ଜନସଂଖ୍ୟା ମଧ୍ୟରୁ ପ୍ରାୟ ୨୫ କୋଟି ଲୋକଙ୍କୁ ଜୁଲାଇ ୨୦୨୧ ସୁଦ୍ଧା ସରକାର କୋଭିଡ୍ ଟିକା ଦେବାପାଇଁ ଯୋଜନା କରୁଛନ୍ତି। ସରକାର ଏଥିପାଇଁ ୪୦୦ରୁ ୫୦୦ ନିୟୁତ ଟିକା ଡୋଜ୍ ଗ୍ରହଣ କରିବେ ଏବଂ ଏହାର ସମାନ ବଣ୍ଟନ ସୁନିଶ୍ଚିତ କରାଇବେ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ଆଜି କହିଛନ୍ତି। କେଉଁମାନଙ୍କୁ ପ୍ରଥମେ ଟିକା ମିଳିବ ତା'ର ଏକ ବିସ୍ତୃତ ବିବରଣୀ ପଠାଇବା ପାଇଁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି। କରୋନା ଲଢ଼େଇରେ ଆଗଧାଡ଼ିରେ ଥିବା ସ୍ବାସ୍ଥ୍ୟକର୍ମୀ (ଉଭୟ ସରକାରୀ ଏବଂ ଘରୋଇ କର୍ମଚାରୀ) ଅକ୍ଟୋବର ଶେଷ ସୁଦ୍ଧା ପ୍ରଥମେ ଟିକା ପାଇବେ। କେନ୍ଦ୍ରୀୟ ସ୍ତରରେ ଟିକା କ୍ରୟ କରାଯାଉଛି ଏବଂ ପ୍ରତି କାର୍ଯ୍ୟକୁ ସଠିକ୍ ସମୟରେ ଟ୍ରାକ୍ କରାଯିବ। ତେବେ ସ୍ବାସ୍ଥ୍ୟକର୍ମୀ ଏବଂ ବୟସ୍କଙ୍କୁ ପ୍ରଥମେ ପ୍ରାଧାନ୍ୟ ଦିଆଯିବ ବୋଲି ହର୍ଷବର୍ଦ୍ଧନ ଆଜି 'ସନ୍ଡେ ସମ୍ବାଦ'ର ଚତୁର୍ଥ ସଂସ୍କରଣରେ କହିଛନ୍ତି। ସରକାର ଭାରତ ଟିକା ପ୍ରସ୍ତୁତକର୍ତ୍ତାଙ୍କୁ ପୂର୍ଣ୍ଣ ସମର୍ଥନ ପ୍ରଦାନ କରୁଛନ୍ତି ଏବଂ ଟିକାର ସମନ ବଣ୍ଟନ ପାଇଁ ସମସ୍ତ ପଦକ୍ଷେପ ନେବାପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି। ଟିକାର ଯେଭଳି ସଠିକ୍ ବଣ୍ଟନ ହୋଇପାରିବ ଏବଂ ସମସ୍ତ କାର୍ଯ୍ୟ ସଠିକ ପରିଚାଳନା ପାଇଁ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି ବୋଲି ହର୍ଷବର୍ଦ୍ଧନ କହିଛନ୍ତି।
ଜୁଲାଇ ୨୦୨୧ ସୁଦ୍ଧା ୨୫ କୋଟି ଲୋକଙ୍କୁ ଟିକା ଦିଆଯିବ: ହର୍ଷବର୍ଦ୍ଧନ
/sambad/media/post_attachments/wp-content/uploads/2020/10/harsh-vardhan.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)