ଜୁନ୍‌ ଶେଷ ସୁଦ୍ଧା ଦିଲ୍ଲୀରେ କୋଭିଡ୍‌ ସଂକ୍ରମଣ ୧ ଲକ୍ଷରେ ପହଞ୍ଚିବ

ଅଧିକ ୧୫ ହଜାର ବେଡ୍‌ ପାଇଁ ପ୍ରସ୍ତୁତି ଆରମ୍ଭ

ନୂଆଦିଲ୍ଲୀ: ଜୁନ୍‌ ମାସ ଶେଷ ସୁଦ୍ଧା ଜାତୀୟ ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ମାମଲା ୧ ଲକ୍ଷରେ ପହଞ୍ଚିବ। ଦିଲ୍ଲୀ ସରକାରଙ୍କ ଦ୍ବାରା ଗଠିତ ଏକ ୫ ଜଣିଆ ସଦସ୍ୟ ବିଶିଷ୍ଟ କମିଟି ଏହି ଆକଳନ କରିଛନ୍ତି। ଆକଳନକୁ ଆଧାର କରି ଏହି କମିଟି ସରକାରଙ୍କୁ ଅଧିକ ୧୫ ହଜାର ବେଡ୍‌ ପ୍ରସ୍ତୁତ ରଖିବା ପାଇଁ କହିଛନ୍ତି। କମିଟି ଅଧ୍ୟକ୍ଷ ଡ. ମହେଶ ବର୍ମା କହିଛନ୍ତି.‌ ଅହମଦାବାଦ୍‌, ମୁମ୍ବାଇ ଏବଂ ଚେନ୍ନାଇ ସହରର ମାମଲାକୁ ଭଲଭାବେ ଆକଳନ କରିବାପରେ ଏହା ଜଣାପଡ଼ିଛି ଯେ, ଜୁନ୍‌ ଶେଷ ସୁଦ୍ଧା ଜାତୀୟ ରାଜଧାନୀରେ ମାମଲା ୧ ଲକ୍ଷ ଟପିଥିବ ।

ବର୍ମା କହିଛନ୍ତି, ଏନେଇ ଏକ ରିପୋର୍ଟ ସରକାରଙ୍କ ପାଖରେ ଦାଖଲ ହୋଇଛି । ତେବେ ଭାଇରସ୍‌ର ମୁକାବିଲା ପାଇଁ ଆମେ ପ୍ରସ୍ତୁତ ଅଛୁ। କୌଣସି ଜଣେ ମଧ୍ୟ ‌ରୋଗୀ ଯେଭଳି ସଙ୍କଟର ସମ୍ମୁଖୀନ ନହୁଅନ୍ତୁ ସେଥିପାଇଁ ଆଗୁଆ ପଦକ୍ଷେପ ଗ୍ରହଣ ହୋଇଛି ବୋଲି ସେ କହିଛନ୍ତି। ହୋ‌ଟେଲ୍‌, ଅସ୍ଥାୟୀ କୋଭିଡ୍‌ ଚିକିତ୍ସା କେନ୍ଦ୍ରରେ ଅଧିକ ୧୫ ହଜାର ବେଡ୍‌ ବ୍ୟବସ୍ଥା କରାଯିବ। ଅନ୍ୟ ଜଣେ ଅଧିକାରୀ କହିଛନ୍ତି, ଆଗକୁ ସଂକ୍ରମଣ ମାମଲା ବହୁତ ବଢ଼ିଯିବ ଏବଂ ୨୫ ପ୍ରତିଶତ ‌ରୋଗୀଙ୍କ ପାଇଁ ହସ୍ପିଟାଲ୍‌ର ଆବଶ୍ୟକ ହେବ। ୫ ପ୍ରତିଶତ ‌ରୋଗୀଙ୍କ ପାଇଁ ଭେଣ୍ଟିଲେଟର ଆବଶ୍ୟକ ‌ହେବ ବୋଲି କୋଭିଡ ସ୍ବାସ୍ଥ୍ୟ କମିଟି କହିଛି।

ସମ୍ବନ୍ଧିତ ଖବର