ନୂଆଦିଲ୍ଲୀ: ଗତ ଏପ୍ରିଲ ଶେଷ ଭାଗରେ ଇଡି ଅଧିକାରୀମାନେ ବାଇଜୁସର ବେଙ୍ଗାଲୁରୁ କାର୍ଯ୍ୟାଳୟରେ ଚଢ଼ାଉ କରିବା ପରେ ବିଶ୍ୱର ସବୁଠାରୁ ମୂଲ୍ୟବାନ ଶିକ୍ଷା-ପ୍ରଯୁକ୍ତି ଷ୍ଟାର୍ଟଅପ୍କୁ ବୈଦେଶିକ ମୁଦ୍ରା ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ସାମ୍ନାକୁ ଆସିଥିଲା।
ସେ ସମୟରେ ଦରିଆ ପାରି ଦୁବାଇରେ ଥିବା କମ୍ପାନୀର ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ବାଇଜୁ ରବୀନ୍ଦ୍ରନ୍ କଫି ହାଉସରେ ବସି ଶୀର୍ଷ ନିବେଶକଙ୍କ ନିକଟକୁ କଲ୍ କରୁଥିଲେ । ମଧ୍ୟପ୍ରାଚ୍ୟ ନିବେଶକଙ୍କଠାରୁ ୧ ବିଲିୟନ ଡଲାରର ଇକ୍ୱିଟି ପାଣ୍ଠି ସଂଗ୍ରହ ଯୋଜନା ଅଧାରେ ଥିବା ବେଳେ ରବୀନ୍ଦ୍ରନ ନିଜ କମ୍ପାନି ସପକ୍ଷରେ ଯୁକ୍ତି ରଖି କାନ୍ଦି ପକାଇଥିଲେ।
ତେବେ, ରବୀନ୍ଦ୍ରନ ମାସ ମାସ ଧରି ସଙ୍କଟ ସ୍ଥିତିରେ ଥିଲେ। ଭାରତର ଆର୍ଥିକ ଅପରାଧ ମୁକାବିଲା ଏଜେନ୍ସିର ଚଢ଼ାଉ ବ୍ୟତୀତ ତାଙ୍କ କମ୍ପାନି ଠିକ୍ ସମୟରେ ନିଜର ଆର୍ଥିକ ଆକାଉଣ୍ଟ ଦାଖଲ କରିବାରେ ବିଫଳ ହୋଇଥିଲା। ଆମେରିକାରେ ରହୁଥିବା ଅନେକ ନିବେଶକ ବାଇଜୁଙ୍କ ଉପରେ ଅଧା ବିଲିୟନ ଡଲାର ଲୁଚାଇ ରଖିଥିବା ଅଭିଯୋଗ ଆଣିଥିଲେ।
ଏ ପରିସ୍ଥିତିରେ ମଙ୍ଗଳବାର କମ୍ପାନିର ଅନ୍ୟତମ ପ୍ରତିଷ୍ଠାତା ନିବେଶକ ପ୍ରୋସସ୍ ଏନ୍ଭି କହିଛି ଯେ ଖରାପ ପରିଚାଳନା ଏବଂ ନିର୍ଦ୍ଦେଶକମାନଙ୍କର ପରାମର୍ଶକୁ ଅଣଦେଖା କରିବା କାରଣରୁ ଏହା ଏହାର ପରିଚାଳନା ବୋର୍ଡରୁ ଓହରି ଯାଇଥିଲେ ଅନେକ ସଦସ୍ୟ।
ବାଇଜୁସ୍ ଅନୁଷ୍ଠାନ ଏବଂ ରବୀନ୍ଦ୍ରନ୍ ନିଜ ଭୁଲକୁ ଅସ୍ୱୀକାର କରିଛନ୍ତି। କିନ୍ତୁ କମ୍ପାନିର ପରିଚାଳନାରେ ନିୟୋଜିତ ଏକ ଡଜନରୁ ଅଧିକ ଲୋକଙ୍କ ସାକ୍ଷାତକାରରୁ ପ୍ରସ୍ତୁତ ହୋଇଥିବା ସେମାନଙ୍କ କାହାଣୀ ଭାରତର ଷ୍ଟାର୍ଟଅପ୍ଗୁଡ଼ିକ ସମ୍ମୁଖୀନ ହେଉଥିବା ଆହ୍ଵାନର ଏକ ନମୁନା। ସୀମିତ ଘରୋଇ ଉଦ୍ୟୋଗ ପୁଞ୍ଜି ଯୋଗୁଁ ବାଇଜୁସ୍ ଭଳି କମ୍ପାନି ସମର୍ଥନ ପାଇଁ ବାହାର ସହାୟତାକୁ ଚାହିଁଛନ୍ତି। ଗତ ବର୍ଷ ଏହା ବଦଳି ଯାଇଥିଲା, ଯେତେବେଳେ ଷ୍ଟାର୍ଟଅପ୍ ପାଣ୍ଠି ପ୍ରଭାବିତ ହୋଇଥିଲା, ୨୦୨୩ର ପ୍ରଥମାର୍ଦ୍ଧ ବେଳକୁ ଏହା ୪ ବର୍ଷର ସର୍ବନିମ୍ନ ସ୍ତରକୁ ଖସି ଆସିଥିଲା।
ଉଲ୍ଲେଖଯୋଗ୍ୟ, ରବୀନ୍ଦ୍ରନ୍ ଜଣେ ଘରୋଇ ଶିକ୍ଷକରୁ ୨୨ ବିଲିୟନ ଡଲାରର ଏକ କମ୍ପାନିର ମାଲିକ ହେବା ସିକୋଇଆ କ୍ୟାପିଟାଲ, ବ୍ଲାକଷ୍ଟୋନ୍ ଇନକର୍ପୋରେଟେଡ୍ ଏବଂ ମାର୍କ ଜୁକରବର୍ଗଙ୍କ ଫାଉଣ୍ଡେସନ ସମେତ ବିଶ୍ୱ ନିବେଶକଙ୍କୁ ଆକର୍ଷିତ କରିଥିଲା।
ମହାମାରୀ ସମୟରେ ରବୀନ୍ଦ୍ରନ୍ ଭାରତର ଅଧିକାଂଶ ଏଡ୍-ଟେକ୍ ବଜାରକୁ ଘେରି ରହିଥିଲେ। କିନ୍ତୁ କ୍ଲାସରୁମ୍ ଖୋଲିବା ପରେ ବାଇଜୁଙ୍କ ଆର୍ଥିକ ସ୍ଥିତିକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ନିବେଶକମାନେ ପ୍ରଶ୍ନ କରିଛନ୍ତି ଯେ ରବୀନ୍ଦ୍ରନ କାହିଁକି ବର୍ଷ ବର୍ଷ ଧରି ମୁଖ୍ୟ ଆର୍ଥିକ ଅଧିକାରୀଙ୍କୁ ନିଯୁକ୍ତି ଦେବାରେ ବିଳମ୍ବ କଲେ ଏବଂ ବ୍ରେକ୍ ନେକ୍ ସ୍ପିଡରେ ସାରା ବିଶ୍ୱରେ ଏକ ଡଜନରୁ ଅଧିକ କମ୍ପାନି ଅଧିଗ୍ରହଣ କଲେ। ଅନେକ କର୍ମଚାରୀ ଚାକିରି ଛାଡ଼ି ଚାଲି ଯାଇଛନ୍ତି କିମ୍ବା ଚାକିରିରୁ ବହିଷ୍କୃତ ହୋଇଛନ୍ତି। ବୋର୍ଡ ସଦସ୍ୟମାନେ ଇସ୍ତଫା ଦେଇଛନ୍ତି। ଆଉ ଅନେକ ଶିକ୍ଷାଦାନ କେନ୍ଦ୍ର ପ୍ରାୟ ଖାଲି ପଡିଛି।