ନୂଆଦିଲ୍ଲୀ : ପ୍ରଯୁକ୍ତି ମାଧ୍ୟମରେ ଶିକ୍ଷାଦାନ କରୁଥିବା ସଂସ୍ଥା ବାଇଜୁସ୍ ଏହାର ୧୦୦୦ରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିବ। ଇଞ୍ଜିନିୟରିଂ ଟିମ୍ ଛୋଟ କରିବା ଲାଗି ସେଥିରେ କାମ କରୁଥିବା କିଛି କର୍ମଚାରୀଙ୍କୁ ବିଦା କରାଯିବ। ଗତବର୍ଷ କଂପାନି ୨୫୦୦ କର୍ମଚାରୀଙ୍କୁ ବିଦା କରିଥିଲା। ପ୍ରଯୁକ୍ତି ଜରିଆରେ ଶିକ୍ଷାଦାନ କରୁଥିବା ଦେଶର ୧୬ଟି ସଂସ୍ଥା ୮୦୦୦ରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିସାରିଲେଣି।