୩ ଲୋକସଭା ଓ ୨୯ ବିଧାନସଭା ନିର୍ବାଚନମଣ୍ଡଳୀରେ ହୋଇଥିଲା ଉପନିିର୍ବାଚନ, ଆସନ୍ତାକାଲି ହେବ ଗଣନା

ନୂଆଦିଲ୍ଲୀ: ୧୩ଟି ରାଜ୍ୟ ତଥା ୨୯ଟି ବିଧାନସଭା ନିର୍ବାଚନମଣ୍ଡଳୀ ଓ କେନ୍ଦ୍ରଶାସିତ ଅଞ୍ଚଳ ଦାଦ୍ରା ଏବଂ ନଗର ହାଭେଳିରେ ଆସନ୍ତାକାଲି ଭୋଟ୍ ଗଣନା କରାଯିବ। ଆସାମର ପାଞ୍ଚଟି ଆସନ, ପଶ୍ଚିମବଙ୍ଗରେ ଚାରିଟି, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ ଏବଂ ମେଘାଳୟରେ ତିନୋଟି ଲେଖାଏଁ ଆସନ, ବିହାର, କର୍ଣ୍ଣାଟକ ଏବଂ ରାଜସ୍ଥାନରେ ଦୁଇଟି ଲେଖାଏଁ ଆସନ ଏବଂ ଆନ୍ଧ୍ରପ୍ରଦେଶ, ହରିୟାଣା, ମହାରାଷ୍ଟ୍ର, ମିଜୋରାମ ଏବଂ ତେଲେଙ୍ଗାନାରେ ଗୋଟିଏ ଲେଖାଏଁ ଆସନ ପାଇଁ ମତଦାନ ହୋଇଥିଲା। ଆସନ୍ତାକାଲି ଏହାର ଗଣନା କରାଯାଇ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରାଯିିବ।

ଦାଦ୍ରା ଏବଂ ନଗର ହାଭେଳି, ହିମାଚଳ ପ୍ରଦେଶର ମଣ୍ଡି ଏବଂ ମଧ୍ୟପ୍ରଦେଶର ଖଣ୍ଡୱାରେ ଲୋକସଭା ଉପ-ନିର୍ବାଚନ ହୋଇଥିଲା। ଏହି ୩ଟି ନିର୍ବାଚନମଣ୍ଡଳୀରେ ଥିବା ନେତାଙ୍କ ମୃତ୍ୟୁ ପରେ ଏଠାରେ ପୁୁଣି ଥରେ ମତଦାନ କରାଯାଇଥିଲା। ମାର୍ଚ୍ଚରେ ରାମସ୍ୱରୂପ ଶର୍ମା (ବିଜେପି) ଙ୍କ ମୃତ୍ୟୁ ପରେ ମଣ୍ଡି ଆସନ ଖାଲି ପଡିଥିବା ବେଳେ ବିଜେପି ସଦସ୍ୟ ନନ୍ଦ କୁମାର ସିଂ ଚୌହାନଙ୍କ ମୃତ୍ୟୁ ପରେ ଖଣ୍ଡୱା ଆସନ ଓ ଦାଦ୍ରା ଏବଂ ନଗର ହାଭେଳିରେ ସ୍ୱାଧୀନ ଲୋକସଭା ସଦସ୍ୟ ମୋହନ ଡେଲକରଙ୍କ ଦେହାନ୍ତ ହେତୁ ଏହି ୩ଟି ନିର୍ବାଚନମଣ୍ଡଳୀରେ ଉପନିର୍ବାଚନ ହୋଇଥିଲା।

ସମ୍ବନ୍ଧିତ ଖବର