ଅକ୍ଟୋବର ୪ରେ ରାଜ୍ୟସଭାର ୭ଟି ଏବଂ ବିହାର ବିଧାନ ପରିଷଦ୍‌ର ଗୋଟିଏ ଆସନ ନିମନ୍ତେ ଉପନିର୍ବାଚନ

ନୂଆଦିଲ୍ଲୀ: ଖାଲି ପଡ଼ିଥିବା ରାଜ୍ୟସଭାର ୭ଟି ଆସନ ଏବଂ ବିହାର ବିଧାନ ପରିଷଦ୍‌ର ଗୋଟିଏ ଆସନ ପାଇଁ ଆଗାମୀ ଅକ୍ଟୋବର ୪ ତାରିଖରେ ଉପନିର୍ବାଚନ କରାଯିବ ବୋଲି ଆଜି ନିର୍ବାଚନ କମିସନ୍ ଘୋଷଣା କରିଛି।

ନିର୍ବାଚନ କମିସନ୍‌ କହିବା ଅନୁସାରେ, ଅକ୍ଟୋବର ୪ ତାରିଖରେ ତାମିଲନାଡୁର ୨ଟି, ପଶ୍ଚିମବଙ୍ଗ, ଆସାମ, ମଧ୍ୟପ୍ରଦେଶ, ପୁଡ୍ଡୁଚେରୀ ଏବଂ ମହାରାଷ୍ଟ୍ରର ଗୋଟିଏ ଲେଖାଁ ଆସନ ନିମନ୍ତେ ନିର୍ବାଚନ ହେବ।

ପଶ୍ଚିମବଙ୍ଗ, ଆସାମ, ତାମିଲିନାଡୁ ଏବଂ ମଧ୍ୟପ୍ରଦେଶରୁ ସଦସ୍ୟମାନେ ଇସ୍ତଫା ଦେବାରୁ ୬ଟି ରାଜ୍ୟସଭା ଆସନରୁ ୫ଟି ଆସନ ଖାଲି ହୋଇଯାଇଥିଲା। ମହାରାଷ୍ଟ୍ରରୁ ରାଜ୍ୟସଭା ସଦସ୍ୟ ହୋଇଥିବା ରାଜୀବ ଶଙ୍କରରାଓ ସାତାୱଙ୍କ ଦୁଃଖଦ ବିୟୋଗ ଯୋଗୁଁ ୬ଷ୍ଠ ଆସନଟି ଖାଲି ହୋଇଯାଇଥିଲା।

Image Courtesy of Clear IAS

ସେହିପରି, ଅକ୍ଟୋବର ୪ ତାରିଖ ଦିନ ପୁଡ୍ଡୁଚେରୀର ୧ଟି ରାଜ୍ୟସଭା ଆସନ ନିମନ୍ତେ ଦ୍ବିବାର୍ଷିକ ନିର୍ବାଚନ କରାଯିବ।

ଏହା ବ୍ୟତିରେକେ, ବିହାର ବିଧାନ ପରିଷଦ୍‌ରେ ଖାଲି ଥିବା ଗୋଟିଏ ଆସନ ପାଇଁ ମଧ୍ୟ ସେହି ଦିନ ନିର୍ବାଚନ କରାଯିବ। ଉପରୋକ୍ତ ସମସ୍ତ ନିର୍ବାଚନର ଫଳାଫଳ ଅକ୍ଟୋବର ୪ ତାରିଖ ସନ୍ଧ୍ୟା ସୁଦ୍ଧା ପ୍ରକାଶ ପାଇବ।

ସମ୍ବନ୍ଧିତ ଖବର