କାବୁଲରୁ ଆଜି ୨୫୦ ଭାରତୀୟଙ୍କୁ ନେଇ ପହଞ୍ଚିବ ବାୟୁସେନାର ସି-୧୭ ବିମାନ

ନୂଆଦିଲ୍ଲୀ: ଆଫଗାନିସ୍ତାନରୁ ଫେରିବେ ଫସି ରହିଥିବା ଭାରତୀୟ । କାବୁଲ ବିମାନବନ୍ଦରରୁ ଭାରତୀୟଙ୍କୁ ଆଣିବା ପାଇଁ ବାୟୁସେନାର ସି-୧୭ ବିମାନ ପ୍ରସ୍ତୁତ ହୋଇ ରହିଛି । ଭାରତୀୟ ବାୟୁସେନାର ସି-୧୭ ବିମାନ ୨୫୦ ଭାରତୀୟଙ୍କୁ ନେଇ ଉଡାଣ କରିବ। ଆଜି ମଧ୍ୟାହ୍ନ ପରେ ସି-୧୭ ବିମାନ ଭାରତ ପହଞ୍ଚିବାର ସମ୍ଭାବନା ରହିଛି । ଏହା ସହ ବାୟୁସେନାର ଆଉ ଏକ ବିମାନ ଆଫଗାନିସ୍ତାନରେ ଫସି ରହିଥିବା ବାକି ଲୋକଙ୍କୁ ଆଣିବା ପାଇଁ କାବୁଲ ଯିବ । ଏହାରି ଭିତରେ ଆଫଗାନିସ୍ତାନରେ ଫସି ରହିଥିବା ଭାରତୀୟ ଓ ଭାରତ ଆସିବାକୁ ଚେଷ୍ଟା ଚଳାଇଥିବା ଅଫଗାନ ନାଗରିକ ସି-୧୭ ଉଡାଣକୁ ଅପେକ୍ଷା କରି ରହିଛନ୍ତି ।

indiaaheadnews.com

ଗତ ୫ ଦିନ ହେବ କାବୁଲ ବିମାନବନ୍ଦରରେ ପ୍ରବଳ ଭିଡ ଦେଖିବାକୁ ମିଳୁଛି । ରନୱେରେ ମଧ୍ୟ ପ୍ରବଳ ଗହଳି ଲାଗି ରହିଛି । ତେଣୁ ଯାତ୍ରୀମାନେ ବିମାନରେ ବସିବା ଓ ବିମାନ ଉଡାଣ କରିବାରେ ଅନେକ ଅସୁବିଧା ସୃଷ୍ଟି ହେଉଛି । ବିମାନବନ୍ଦରକୁ ନିୟନ୍ତ୍ରଣ କରୁଥିବା ଆମେରିକା ସେନା ଅଲଗା ଅଲଗା ଦେଶରୁ ଆସୁଥିବା ବିମାନକୁ ଛୋଟ ଛୋଟ ରନୱେରେ ଛାଡ଼ୁଛନ୍ତି । ଏହାରି ଭିତରେ ଗତ ୪୮ ଘଣ୍ଟା ହେବ ଭାରତୀୟ ବିମାନ ଗ୍ରୀନ୍ ସିଗନାଲ ଅପେକ୍ଷାରେ ରହିଛି । ସି-୧୭ର ଏହି ବିମାନ ଆଜି ହିଂଡନ ଏୟାରବେସରେ ପହଞ୍ଚିବାର ସମ୍ଭାବନା ରହିଛି ।

ଏହାପୂର୍ବରୁ ଭାରତର ରାଷ୍ଟ୍ରଦୂତ ଏବଂ ଏହାର କର୍ମଚାରୀଙ୍କୁ କାବୁଲର ଦୂତାବାସରେ ସାମରିକ ପରିବହନ ବିମାନରେ ଭାରତ ସ୍ଥାନାନ୍ତର କରାଯାଇଥିଲା।

ସମ୍ବନ୍ଧିତ ଖବର