ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ସି କେ ଜାଫର ସରିଫ୍‌ଙ୍କ ପରଲୋକ

ବେଙ୍ଗାଲୁରୁ: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ରେଳମନ୍ତ୍ରୀ ସି କେ ଜାଫର ସରିଫ୍‌ଙ୍କର ଆଜି ବାଙ୍ଗାଲୋର ଠାରେ ପରଲୋକ ହୋଇଯାଇଛି। ମୁତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା।

୧୯୩୩ ନଭେମ୍ବର ୩ ତାରିଖରେ କର୍ଣ୍ଣାଟକର ଚଲାକେରେ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ବେଙ୍ଗାଲୁର ଉତ୍ତର ଲୋକସଭା ଆସନରୁ ସେ ସାତଥର ସାଂସଦ ଭାବେ ନିର୍ବାଚିତ ହେବା ସହ କଂଗ୍ରେ ଦଳର ଜନୈକ ବରିଷ୍ଠତମ ସଦସ୍ୟ ଥିଲେ। ୧୯୯୧ରୁ ୧୯୯୫ ପର୍ଯ୍ୟନ୍ତ କେନ୍ଦ୍ରର କଂଗ୍ରେସ ମନ୍ତ୍ରିମଣ୍ଡଳରେ ରେଳ ମନ୍ତ୍ରାଳୟ ପରି ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟର କ୍ୟାବିନେଟ ମନ୍ତ୍ରୀଭାବେ କାର୍ଯ୍ୟ କରିଥିଲେ। ସି କେ ଜାଫର ସରିଫଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଗଭୀର ଶୋକ ପ୍ରକାଶ କରିବା ସହ ସରିଫ୍‌ଙ୍କ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି। ସରିଫଙ୍କ ବିୟୋଗରେ କଂଗ୍ରେସ ଜଣେ ପ୍ରବୀଣ ନେତାଙ୍କୁ ହରାଇବା ସହ ଦଳର ଏକ ବିରାଟ କ୍ଷତି ଘଟିଲା ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି।

ସମ୍ବନ୍ଧିତ ଖବର