ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଏବଂ ନାଗରିକତା ସଂଶୋଧନ ଆଇନ୍ ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ। ଏହି ପ୍ରସଙ୍ଗକୁ ନେଇ ଭାରତରେ ଦେଖା ଦେଇଥିବା ସମସ୍ୟାର ସମାଧାନ କରିବାକୁ ଭାରତ ଭଳି ଏକ ବୃହତ୍ ଗଣତନ୍ତ୍ର ଦେଶ ସମର୍ଥ ବୋଲି ବ୍ରାଜିଲ୍ ରାଷ୍ଟ୍ରଦୂତ ଆଣ୍ଡ୍ରେ ଆର୍ଣ୍ଣା କୋରିଆ ଡୋ ଲାଗୋ କହିଛନ୍ତି। ବ୍ରାଜିଲ୍ ରାଷ୍ଟ୍ରପତି ଜାଏର ବଲ୍ସୋନାରୋ ସାଧାରଣତନ୍ତ୍ର ଦିବସରେ ଅତିଥି ଭାବେ ଯୋଗ ଦେବା ପାଇଁ ଭାରତ ଆସୁଥିବାବେଳେ ବ୍ରାଜିଲ୍ ରାଷ୍ଟ୍ରଦୂତ ଏଭଳି ମନ୍ତବ୍ୟ ଦେବା ଅଧିକ ଗୁରୁତ୍ବ ବହନ କରୁଛି। ବ୍ରାଜିଲ ରାଷ୍ଟ୍ରଦୂତ ଭାରତ ଗସ୍ତରେ ଆସିବା ଅବସରରେ ଭାରତ ଓ ବ୍ରାଜିଲ୍ ମଧ୍ୟରେ ୧୫ଟି ଚୁକ୍ତିନାମା ସ୍ବାକ୍ଷରିତ ହେବ ବୋଲି ଲାଗୋ କହିଛନ୍ତି। ବ୍ରାଜିଲ୍ ରାଷ୍ଟ୍ରପତି ଆସନ୍ତା ଶୁକ୍ରବାରଠାରୁ ୪ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ତାଙ୍କ ସହିତ ବ୍ରାଜିଲ୍ର ୭ ଜଣ ମନ୍ତ୍ରୀ ଭାରତ ଗସ୍ତରେ ଆସିବେ।
ଜମ୍ମୁ-କାଶ୍ମୀର, ସିଏଏ ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ: ବ୍ରାଜିଲ୍
/sambad/media/post_attachments/wp-content/uploads/2020/01/brazil_1579779279.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)