ପଂଜାବ ବିଧାନସଭାରେ ସିଏଏ ବିରୋଧୀ ସଂକଳ୍ପପତ୍ର ଗୃହୀତ

ଚଣ୍ଡିଗଡ଼ : କଂଗ୍ରେସ ନେତୃତ୍ବାଧୀନ ପଂଜାବ ସରକାର ଆଜି ସିଏଏ (ନାଗରିକତା ସଂଶୋଧନ ଆଇନ) ବିରୋଧରେ ସଂକଳ୍ପପତ୍ର ଗୃହୀତ କରିଛନ୍ତି। କେରଳ ପରେ ପଂଜାବ ଦ୍ବିତୀୟ ରାଜ୍ୟ ଭାବେ ସିଏଏ ବିରୋଧରେ ସଂକଳ୍ପପତ୍ର ଗୃହୀତ କରିଛି। କେନ୍ଦ୍ର ସରକାର ସିଏଏକୁ ପ୍ରତ୍ୟାହାର କରିବା ଦାବିରେ ପଂଜାବ ବିଧାନସଭା ଏଭଳି ପଦକ୍ଷେପ ନେଇଛି। ମନ୍ତ୍ରୀ ବ୍ରହ୍ମ ମୋହିନ୍ଦ୍ରାଙ୍କ ଦ୍ବାରା ଏହି ସଙ୍କଳ୍ପପତ୍ର ବିଧାନସଭାରେ ଆଗତ କରାଯାଇଥିଲା। ପ୍ରାୟ ୩ ଘଣ୍ଟାର ଆଲୋଚନା ପରେ ସଙ୍କଳ୍ପପତ୍ର ବାଚନିକ ଭୋଟ୍‌ରେ ଗୃହୀତ ହୋଇଥିଲା। ଶାସକ କଂଗ୍ରେସ ଏବଂ ମୁଖ୍ୟ ବିରୋଧୀ ଦଳ ଆପ୍‌ ଏହି ସଂକଳ୍ପପତ୍ରକୁ ସମର୍ଥନ କରିଥିବା ବେଳେ ବିଜେପି ଏହାକୁ ବିରୋଧ କରିଥିଲା। ତେବେ ତାଲିକାରେ ମୁସଲିମ୍‌ଙ୍କୁ ଅନ୍ତର୍ଭୁକ୍ତ କରିବାପାଇଁ ଅକାଳି ଦଳ ପକ୍ଷରୁ କୁହାଯାଇଛି। ପଂଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ କହିଛନ୍ତି, ସିଏଏରେ କିଛି ପରିବର୍ତ୍ତନ ଆଣିବାପାଇଁ ପ୍ରସ୍ତାବ ଦିଆଯାଇଛି। କେରଳ ପରି ତାଙ୍କ ସରକାର ମଧ୍ୟ ସିଏଏ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ‌ହେବ ବୋଲି ଅମରିନ୍ଦର କହିଛନ୍ତି।

ସମ୍ବନ୍ଧିତ ଖବର